କନକ ବ୍ୟୁରୋ : ଆଗୁଆ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା ଢାଂଚାରେ ମଧ୍ୟ ପରିବର୍ତନ କରାଯାଇଛି । କୋଭିଡ ଯୋଗୁଁ ଦୁଇଟି ସମ୍ମେଟିଭ୍ ପରୀକ୍ଷା ହେଉଥିଲା । ଏଣିକି ପିଲାମାନେ ଗୋଟିଏ ବାର୍ଷିକ ପରୀକ୍ଷା ଦେବେ । ନଜର ପକାନ୍ତୁ, ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ନେଇଥିବା କିଛି ନିଷ୍ପତି ଉପରେ ।

Advertisment

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା
ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା
ଆସନ୍ତା ଅକ୍ଟୋବରରେ ହେବ ଫର୍ମ ପୂରଣ
ମାର୍ଚ୍ଚ ୧୨ରୁ ଆରମ୍ଭ ହେବ ମୂଲ୍ୟାଙ୍କନ
ସର୍ବନିମ୍ନ ୧୨ ଦିନ ମଧ୍ୟରେ ମୂଲ୍ୟାଙ୍କନ ଶେଷହେବ

ପରୀକ୍ଷା ଢାଂଚା ସହ ପରୀକ୍ଷା ପଦ୍ଧତିରେ ମଧ୍ୟ ପରିବର୍ତନ କରାଯାଇଛି । ପୂର୍ବରୁ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷାରେ ମାତ୍ର ୩୦ ମାର୍କ ସବଜେକ୍ଟିଭ୍ ପରୀକ୍ଷା ହେଉଥିଲା । ତାକୁ ବଦଳାଇ ଦିଆଯାଇଛି ।

ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ
୧୦୦ ମାର୍କରୁ ୫୦ ମାର୍କ ସବଜେକ୍ଟିଭ୍ ଓ ୫୦ ମାର୍କ ଅବଜେକ୍ଟିଭ୍ ପ୍ରଶ୍ନ ଆସିବ

ସେହିପରି ଦଶମ ଶ୍ରେଣୀର ଅର୍ଦ୍ଧ-ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ ପ୍ରସ୍ତୁତ କରିବ । ଜିଲ୍ଲା ଶିକ୍ଷା ଅଧିକାରୀ ଏହି ପରୀକ୍ଷା ଆୟୋଜନ କରିବେ । ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ । ତେବେ ମାଟ୍ରିକରେ ଗୋଟିଏ ପରୀକ୍ଷା କରାଯିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଚାପ କମିବା ସହ ପଢ଼ିବାକୁ ଅଧିକ ସମୟ ମିଳିବ ବୋଲି ସେମାନେ କହିଛନ୍ତି ।

ଚଳିତ ଶିକ୍ଷାବର୍ଷରେ ପ୍ରାୟ ୫ ଲକ୍ଷ ୩୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତନ ଫଳାଫଳ ଉପରେ କି ପ୍ରଭାବ ପକାଇବ, ତାହା ସବୁଠୁ ବଡ଼ କଥା ।