କନକ ବ୍ୟୁରୋ: କରୋନା କଟକଣା ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଖୋଲିବ ଦଶମ-ଦ୍ୱାଦଶ ଶ୍ରେଣୀ ସ୍କୁଲ । ଜୁଲାଇ ୨୬ରୁ ସ୍କୁଲ ଯିବେ ଦଶମ-ଦ୍ୱାଦଶ ଶ୍ରେଣୀ ପିଲା । ସକାଳ ୧୦ଟାରୁ ଗୋଟାଏ ୩୦ ଯାଏଁ ସ୍କୁଲ ଖୋଲିବ । ରବିବାର ଓ ସମସ୍ତ ସରକାରୀ ଛୁଟିଦିନରେ ସ୍କୁଲ ବନ୍ଦ ରହିବ ।
ଏହାସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଥମିକ ଭିତ୍ତିରେ ଟିକାଦାନ ହେବ । ସେହିପରି ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ହେବ, ସେହି ସ୍କୁଲ ପରେ ଖୋଲିବ । ଅଭିଭାବକଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସିପାରିବେ ।
ସେପଟେ ଯଦି ପରିସ୍ଥିତି ଠିକ ରହିବ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଠ ପଢା ମଧ୍ୟ ଆରମ୍ଭ ହେବ । ତେବେ କରୋନା ପରିସ୍ଥିତିକୁ ଦେଖି ଧିରେ ଧିରେ ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ମଧ୍ୟ ଯୋଜନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/3-15.jpg)