କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ମାସ୍କରେ ରଥଯାତ୍ରା ଦେଖିବା ଲାଗି ଚେତାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ଓ ଦେଶ ବାହାରୁ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ କୋଭିଡ଼ ସଂକ୍ରମଣ ଭୟ ରହିଛି । ଥଣ୍ଡା, କାଶ ଓ କୋଭିଡ଼ ଲକ୍ଷଣ ଦେଖାଦେଲେ ଘରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରଥଯାତ୍ରରେ ସମସ୍ତ ଭକ୍ତ ଯେପରି ମାସ୍କ ପିନ୍ଧିବେ, ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୦ ଲକ୍ଷ ମାସ୍କ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନ ଭକ୍ତମାନଙ୍କୁ ଏହି ମାସ୍କ ବଣ୍ଟନ କରିବେ । ରାଜ୍ୟରେ ଧିରେ ଧିରେ ସଂକ୍ରମଣ ବଢୁଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀରେ ପ୍ରବଳ ଜନସମାଗମ ଆଶା କରାଯାଉଛି । ଯାହାକି କରୋନା ସଂକ୍ରମଣ ଆହୁରି ବଢାଇଦେଇପାରେ । ତେଣୁ ଲକ୍ଷଣ ଥିବା ଲୋକମାନେ ପୁରୀ ନଯାଇ ଘରେ ବସି ଟିଭିରେ ରଥାଯାତ୍ରା ଦେଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/9-19.jpg)