ରାଜ୍ୟରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୧୦, ୯୩୯ ଆକ୍ରାନ୍ତ ଚିହ୍ନଟ, ୩୩ମୃତ; ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

264

କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୧୭୮ ଆକ୍ରାନ୍ତ ଥିବା ବେଳେ ୪ ହଜାର ୭୬୧ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୨୨, ଅନୁଗୁଳରୁ ୮୧୯, ଢ଼େଙ୍କାନାଳରୁ ୭୬୩, ଯାଜପୁରରୁ ୫୪୧, ସୁନ୍ଦରଗଡ଼ରୁ ୫୧୨, ପୁରୀରୁ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମିତ ସଂଖ୍ୟାକୁ ମିଶାଇରେ ରାଜ୍ୟରେ ୭ଲକ୍ଷ ୧୪ ହଜର ୩୮୦ରେ ପହଂଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥିରୁ ସୁସ୍ଥ ହୋଇଛନ୍ତି ୬ଲକ୍ଷ ୧ ହଜାର ୨୨୪ଜଣ । ଏବେବି ସକ୍ରିୟ ଅଛନ୍ତି ୧ଲକ୍ଷ ୧୦ ହଜାର ୫୫୪ଜଣ । ସେପଟେ ଦୈନିକ ମୃତ୍ୟୁରେ ଅଲୋଡା ରେକର୍ଡ ହୋଇଛି । ୨୪ ଘଂଟାରେ ରାଜ୍ୟରେ ୩୩ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ବଢ଼ିବାକୁ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା ।