ଆସିଲା ୧୦୯ରୁ ୧୧୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ: ୫ଜଣଙ୍କର ରହିଛି କୋଲକାତା ଲିଙ୍କ୍; ୧୦୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୪ଜଣ

396

କନକ ବ୍ୟୁରୋ: ୧୦୯ରୁ ୧୧୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଦେଲେ ରାଜ୍ୟ ସରକାର । ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୯ ନମ୍ବରରୁ ୧୧୮ ନମ୍ବର କରୋନା ସଂକ୍ରମିତଙ୍କ ଯାତ୍ରା ବିବରଣୀ ସଂପର୍କିତ ତଥ୍ୟ ଦେଇଛନ୍ତି ସରକାର । ତେବେ ନଜର ପକାନ୍ତୁ ରାଜ୍ୟରେ କରୋନା ସଂକ୍ରମିତ ହୋଇଥିବା ୧୦୯ ନମ୍ବର ଆକ୍ରାନ୍ତଙ୍କ କଣ ରହିଛି ଗସ୍ତ ବିବରଣୀ ।ପୋଡଗଡାର ଏହି ୨୨ବର୍ଷିୟ ପୁରୁଷ ଜଣଙ୍କ ୧୩ରୁ ୧୪ ଏପ୍ରିଲ ମଧ୍ୟରେ କୋଲକାତାରୁ ପୋଡଗଡାକୁ ଆସିଥିଲେ । ଏକ ଟାକ୍ସିରେ ଆସିଥିବା ବେଳେ ତାଙ୍କ ସହିତ ଆଉ ୨ଜଣ ପାସେଂଜର ଥିଲେ । ୧୪ ଏପ୍ରିଲରୁ ୨୭ ଏପ୍ରିଲ ମଧ୍ୟରେ ସରକାରୀ କ୍ୱାରେନଟିନରେ ପୋଡଗଡାରେ ରହିଲେ । ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା ଏବଂ ପଜିଟିଭ ଆସିଥିଲା । ୨୮ ଏପ୍ରିଲରେ ଭୁବନେଶ୍ୱର କିମସରେ ତାଙ୍କୁ ଭର୍ତି କରାଯାଇଥିଲା ।

ସେହିପରି ୧୧୦ ନମ୍ବର ଆକ୍ରାନ୍ତ, ବିଷ୍ଣୁପୁର ବାହାନଗାର ୩୨ବର୍ଷିୟ ପୁରୁଷ ଜଣଙ୍କ ୧୯ରୁ ୨୦ ଏପ୍ରିଲ ମଧ୍ୟରେ କୋଲକାତାରୁ ସାଇକେଲରେ ଜଣେ ବନ୍ଧୁଙ୍କ ସହିତ ବାହାରିଥିଲେ । କୋଲାଘାଟ ଏବଂ ବେଲଦାରେ ଚା ପାଇଁ ଅଟକି ଥିଲେ । ପରେ ଗାଁରେ ପହଂଚିିଥିଲେ । ୨୦ ଏପ୍ରିଲରୁ ୨୭ ଏପ୍ରିଲ ମଧ୍ୟରେ ବିଷ୍ଣୁପୁରରେ ସରକାରୀ କ୍ୱାରେନଟିନରେ ରହିଲେ । ୨୭ ଏପ୍ରିଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଥିଲା । ୨୭ ଏପ୍ରିଲରେ ଅଶ୍ୱିନି କୋଭିଡ ହସ୍ପିଟାଲରେ ଭର୍ତି ହେଲେ ।

୧୧୧ନମ୍ବର ଆକ୍ରାନ୍ତ, ବାସୁଦେବପୁରର ୩୪ବର୍ଷିୟ ପୁରୁଷ କୋଲକାତା ବାବୁଘାଟରୁ ଏକ ବେସରକାରୀ ବସରେ ବାହାରି ପାଣିକୋଇଲିରେ ୨୩ମାର୍ଚ୍ଚରେ ପହଂଚିଥିଲେ । ୨୩ ମାର୍ଚ୍ଚରେ ବନ୍ଧୁଙ୍କ ମୋଟରସାଇକେଲରେ ବାସୁଦେବପୁର ଗାଁରେ ପହଂଚିଥିଲେ । ୨୩ ମାର୍ଚରୁ ୨୭ ଏପ୍ରିଲ ଯାଏଁ ଘରେ କ୍ୱାରେନଟିନରେ ରହିଥିଲେ । ୨୭ ଏପ୍ରିଲରେ ଯାଜପୁର ଟାଉନରେ ଥିବା ଏକ ମେଡିସିନ ଷ୍ଟୋର ଏବଂ ଏଟିଏମକୁ ଯାଇଥିଲେ । ୨୭ ଏପ୍ରିଲରେ ନମୁନା ପରୀକ୍ଷା ହେବା ପରେ ପଜିଟିଭ ଆସିଥିଲା । ୨୭ ଏପ୍ରିଲରେ ଯାଜପୁର ଟାଟା କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

୧୧୨ ନମ୍ବର ଆକ୍ରାନ୍ତ, ରାଉରକେଲା ନାଲା ରୋଡର ୫୫ବର୍ଷିୟ ମହିଳା ୨୨ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ଘରେ ଥିଲେ । ୧୦୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା । ପଜିଟିଭ ଆସିବା ପରେ ରାଉରକଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

୧୧୩ ନମ୍ବର ଆକ୍ରାନ୍ତ, ରାଉରକେଲା ନାଲା ରୋଡର ୩୫ ବର୍ଷିୟ ମହିଳା ୨୨ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ତାଲାବନ୍ଦ ବେଳେ ଘରେ ଥିଲେ । ୧୦୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା । ପଜିଟିଭ ଆସିବା ପରେ ୨୭ ଏପ୍ରିଲରେ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

୧୧୪ ନମ୍ବର ଆକ୍ରାନ୍ତ, ରାଉରକେଲା ନାଲା ରୋଡର ୩୮ବର୍ଷିୟ ପୁରୁଷ ୨୨ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ଘରେ ଥିଲେ । ୧୦୩ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କିୟ ହୋଇଥିବାରୁ ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା । ପଜିଟିଭ ଆସିବା ପରେ ରାଉ୍ରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

୧୧୫ ନମ୍ବର ଆକ୍ରାନ୍ତ, ରାଉରକେଲା ନାଲା ରୋଡର ୨୭ବର୍ଷିୟ ପୁରୁଷ ୨୨ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ଘରେ ଥିଲେ । ୧୦୩ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କିୟ ହୋଇଥିବାରୁ ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା । ପଜିଟିଭ ଆସିବା ପରେ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

୧୧୬ ନମ୍ବର ଆକ୍ରାନ୍ତ, ବାସୁଦେବପୁରର ୪୫ବର୍ଷିୟ ପୁରୁଷ ୧୦ ଏପ୍ରିଲରେ କୋଲକାତାରୁ ଟ୍ରକରେ ଆସିଥିଲେ । ଜାମୁଝଡିରେ ପହଂଚିବାପରେ ନିଜ ଗାଁକୁ ଚାଲି ଚାଲି ଆସିଥିଲେ । ୧୧ ଏପ୍ରିଲରୁ ୨୭ ଏପ୍ରିଲ ଯାଏଁ ଘରେ କ୍ୱାରେନଟିନରେ ରହିଥିଲେ । ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା । ପଜିଟିଭ ଆସିବାପରେ ୨୮ ଏପ୍ରିଲରେ ଅଶ୍ୱିନି କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

୧୧୭ ନମ୍ବର ଆକ୍ରାନ୍ତ, ବାସୁଦେବପୁରର ୨୯ ବର୍ଷିୟ ପୁରୁଷ ୨୩ ମାର୍ଚ୍ଚରେ କୋଲକାତାରୁ ବିମାନ ଯୋଗେ ଭୁବନେଶ୍ୱର ଆସିଥିଲେ । ପରେ ଭୁବନେଶ୍ୱରରୁ ଜାମୁଝଡି ଯାଇଥିଲେ । ପରେ ବସରେ ଗାଁକୁ ଯାଇଥିଲେ । ୨୪ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ଘରେ କ୍ୱାରେନଟିନରେ ରହିଥିଲେ । ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା । ପଜିଟିଭ ଆସିବାପରେ ୨୮ ଏପ୍ରିଲରେ ଅଶ୍ୱିନି କୋବିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

୧୧୮ ନମ୍ବର ଆକ୍ରାନ୍ତ, ଭଦ୍ରକ ବନ୍ତରର ୨୮ ବର୍ଷିୟ ପୁରୁଷ ୩୦ରୁ ୩୧ ମାର୍ଚ ମଧ୍ୟରେ ବମ୍ବେରୁ ଟ୍ରକ ଯୋଗେ ବନ୍ତ ଆସିଥିଲେ । ପରେ ବାଇକରେ ଘରେ ପହଂଚିଥିଲେ । ୩୧ ମାର୍ଚରୁ ୧୯ ଏପ୍ରିଲ ଯାଏଁ ଘରେ କ୍ୱାରେନଟିନରେ ରହିଥିଲେ । ୨୦ ଏପ୍ରିଲରୁ ୨୪ ଏପ୍ରିଲ ଯାଏଁ ସରକାରୀ କ୍ୱାରେନଟିନ ସେଂଟରରେ ରହିଥିଲେ । ୨୫ ଏପ୍ରିଲରୁ ୨୭ ଏପ୍ରିଲ ଯାଏଁ ଘରେ ରହିଥିଲେ । ୨୭ ଏପ୍ରିଲରେ ନମୁନା ପରୀକ୍ଷା ହୋଇଥିଲା । ପଜିଟିଭ ଆସିବା ପରେ ଅଶ୍ୱିନି କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।