ଆଜି ଆଉ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧୫ ଜିଲ୍ଲାରୁ ୧୦୮ ନୂଆ ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୯୫ ଓ ସ୍ଥାନୀୟ ଅଂଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ

Advertisment
ଆଜି ଆଉ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧୫ ଜିଲ୍ଲାରୁ ୧୦୮ ନୂଆ ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୯୫ ଓ ସ୍ଥାନୀୟ ଅଂଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ

କରୋନା ବ୍ୟୁରୋ : ରାଜ୍ୟରେ ଆଜି ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଂଟାରେ ରାଜ୍ୟରେ ୧୦୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୯୫ ଜଣ କ୍ୱାରେଂଟିନ୍ ଏବଂ ୧୩ ଜଣ ସ୍ଥାନୀୟ ଅଂଚଳରୁ ରହିଛନ୍ତି । ୧୦୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ରହିଛନ୍ତି । ପୁରୀରୁ ୧୫ ଜଣ, ଜଗତସିଂହପୁରରୁ ୯, ଗଂଜାମରୁ ୮, ଗଜପତି ୭ , କେନ୍ଦୁଝର ୫, ଖୋର୍ଧା ୭, କେନ୍ଦ୍ରାପଡା ୯ , ସୁନ୍ଦରଗଡରୁ ୨, ଅନୁଗୁଳ , କଟକ, କଳାହାଣ୍ଡି, ବରଗଡ, ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଅଗ୍ନିଶମ ବାହିନୀ ସଦସ୍ୟଙ୍କ ମଧ୍ୟରୁ ଆଉ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୬୩କୁ ବୃଦ୍ଧି ହୋଇଛି । ସେପଟେ ୨୧ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମାଲକାନଗିରିରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୭କୁ ବୃଦ୍ଧି ହୋଇଛି ।

publive-image

କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି ଆଶା ଓ ଏଏନଏମ କର୍ମୀ । ଆଜିଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ । ଯାହାର କରୋନା ଲକ୍ଷଣ ଦେଖାଯିବ ସେମାନଙ୍କ ଯାଂଚ ପାଇଁ ସୁପାରିଶ କରିବେ ଆଶା ଓ ଏଏନଏମ । ଓଡିଶାରେ ୨ ଲକ୍ଷ ସନ୍ଦିଗ୍ଧଙ୍କ କରୋନା ପରୀକ୍ଷା ସରିଛି । ବର୍ତମାନ ଲକ୍ଷଣ ଥିବା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ପରୀକ୍ଷା ନେଇ ଆଇସିଏମଆରର ନୂଆ ଗାଇଡଲାଇନ ଜାରି କରିବା ପରେ ମୁକାବିଲା ରଣନୀତି ବଦଳାଇଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe