ଆମ୍ବୁଲାନ୍ସ କର୍ମଚାରୀଙ୍କ ସଚ୍ଚୋଟତା ! ଅସହାୟ ବୃଦ୍ଧଙ୍କୁ ୧୮ ହଜାର ଟଙ୍କା ଫେରାଇଲେ କର୍ମଚାରୀ ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ସଚ୍ଚୋଟତା ! ଅସହାୟ ବୃଦ୍ଧଙ୍କୁ ୧୮ ହଜାର ଟଙ୍କା ଫେରାଇଲେ କର୍ମଚାରୀ ।

୧୦୮ ଆମ୍ବୁଲାନ୍ସର କର୍ମଚାରୀ ଅନେକ ସମୟରେ ରୋଗୀଙ୍କଠାରୁ ଲାଞ୍ଚ ନେବା ଓ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଟଙ୍କା ମାଗିବା ଭଳି ଅଭିଯୋଗ ହୋଇଆସୁଛି। ଏପରିକି ଏହା ବିରୋଧରେ ଆମ୍ବୁଲାନ୍ସ କର୍ତୃପକ୍ଷ କେତେକ କର୍ମଚାରୀଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି। ତେବେ ନିକଟରେ ଜଣେ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ତାଙ୍କର ୧୮ହଜାର ଟଙ୍କା ଫେରାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପ୍ରଶଂସିତ ହୋଇଛନ୍ତି।

publive-image

ସୂଚନା ଅନୁସାରେ, ଦୁଇ ଦିନ ତଳେ ରେଳ ଷ୍ଟେସନ୍ ପରିସରରେ ଚେତାଶୂନ୍ୟ ଅବସ୍ଥାରେ ଜଣେ ବୃଦ୍ଧ ପଡ଼ିଥିଲେ। ତାଙ୍କ ବୟସ ୫୦ବର୍ଷରୁ ଅଧିକ ହେବ। ସେ ଚର୍ମ ରୋଗରେ ପୀଡ଼ିତ ଥିବାରୁ ସେହି ବାଟ ଦେଇ ଲୋକ ଯିବା ଆସିବା କରୁଥିଲେ ହେଁ ତାଙ୍କୁ କେହି ସ୍ପର୍ଶ କରୁ ନ ଥିଲେ। ବୃଦ୍ଧ ଜଣକ ପ୍ରାଣ ହରାଇଥିବା ଲୋକମାନେ ସନ୍ଦେହ କରିଥିଲେ। ତେବେ ରାତି ପ୍ରାୟ ୯ଟାରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିବା ସହିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ତାଙ୍କ ନିକଟରେ ଏକ ବ୍ୟାଗ୍ ରହିଥିଲା। ସେଥିରେ ୧୮ହଜାର ଟଙ୍କା ଥିବା ଜଣା ପଡ଼ିଥିଲା। ପରେ ଆମ୍ବୁଲାନ୍ସ କର୍ମଚାରୀ ସନ୍ତୋଷ ପାଢ଼ୀ, ଅଭିମନ୍ୟୁ ସାହୁ ଓ ବିଶ୍ବଜିତ ସାହୁ କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ। ଏଏସଆଇ ଅଲେଖ କୁମାର ଜେନାଙ୍କୁ ଉକ୍ତ ଟଙ୍କା ହସ୍ତାନ୍ତର କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ କର୍ମଚାରୀଙ୍କ ଏହି ସଚ୍ଚୋଟତା ପାଇଁ ପ୍ରଶଂସାର ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe