ଗାଇକୁ ବଞ୍ଚାଇବାକୁ ଯାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଚାଳକ ।

ବିକାଶ ଯାଉଛି କୁଆଡେ? ବିକାଶ ତଣ୍ଟିକୁ କିଏ ଚାପିଛି !! ରାସ୍ତା ନଥିବାରୁ ପହଂଚିଲା ନାହିଁ ଆମ୍ବୁଲାନ୍ସ, ବିପଦ ସଂକୁଳ ଅବସ୍ଥାରେ ପୁଣି ବୁହାହେଲେ ଗର୍ଭବତୀ

କନକ ବ୍ୟୁରୋ: ନବରଙ୍ଗପୁରରେ ଘଟିଛି ଆଭାବନୀୟ ଘଟଣା । ନବରଙ୍ଗପୁର ଜିଲ୍ଲ ଡାବୁଗାଁ ଅନ୍ତର୍ଗତ ବିଜାପୁର ରାଜ୍ୟ ରାଜପଥ ଉପରେ ରବିବାର ସକାଳ ୬ଟା ସମୟରେ ଏକ ୧୦୮ ଆମ୍ବୁଲାନ୍ସ ଗାଡ଼ି ରାସ୍ତା ପାର ହେଉଥିବା ଏକ ଗୋରୁକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏମ୍ବୁଲାନ୍ସ ଡ୍ରାଇଭର ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇ ଆହତ ହୋଇଛନ୍ତି। ଆମ୍ବୁଲାନ୍ସ ଗାଡ଼ିର ସମ୍ମୁଖ ଓ ବାମପଟ ଚେପା ହୋଇଯାଇଛି। ଆହତ ଡ୍ରାଇଭର ଜଣକ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି।

ସୂଚନାଯୋଗ୍ୟ, ଝରିଗାଁ ବ୍ଲକ୍ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ନାଗ ଯୋଡ଼ି ଗ୍ରାମର ଗର୍ଭବତୀ ନବିନା ପନକାକୁ ଏକ ୧୦୮ ଆମ୍ବୁଲାନ୍ସ ଗାଡ଼ି ନମ୍ବର ଓଡ଼ି୦୨ବିଏ ୮୯୦୭ ଯୋଗେ ଭୋର୍ ୫ଟା ବେଳେ ନେଇ ଏହତ ବ୍ଲକର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ସେଣ୍ଟର ପାପଡ଼ାହାଣ୍ଡି ଫେରୁଥିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ରାଜ୍ୟ ରାଜପଥ ଏକ ଗୋରୁ ରାସ୍ତା ପାର ହେଉଥିଲା। ଏହି ସମୟରେ ଗୋରୁକୁ ବଞ୍ଚାଇବାକ ଯାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡ୍ରାଇଭର ସୁଦର ହରିଜନ (୩୨) ଏଥିରେ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe