କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୦ ହଜାର ୭୮୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

Advertisment

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୧୮୬, କଟକରୁ ୯୬୬, ନବରଙ୍ଗପୁରରୁ ୩୪୨, ଝାରସୁଗୁଡାରୁ ୪୨୨, ଅନୁଗୁଳରୁ ୫୫୭, ମୟୂରଭଞ୍ଜରୁ ୨୫୭, ସମ୍ବଲପୁରରୁ ୪୫୮, ନୂଆପଡାରୁ ୨୫୬, ପୁରୀରୁ ୩୬୬, ବରଗଡରୁ ୫୩୦, ଯାଜପୁରରୁ ୧୭୭, ବଲାଙ୍ଗିରିରୁ ୨୫୮, କେନ୍ଦୁଝରରୁ ୨୦୬, ଗଞ୍ଜାମରୁ ୨୮୫, ବାଲେଶ୍ୱରରୁ ୯୭, ଗଜପତିରୁ ୯୧, ରାୟଗଡାରୁ ୧୩୧, କଳାହାଣ୍ଡିରୁ ୫୬୬, ନୟାଗଡରୁ ୨୬୭, ସୋନପୁରରୁ ୧୪୪, ଜଗତସିଂହପୁରରୁ ୧୪୭, ଦେବଗଡରୁ ୧୧୦, କେନ୍ଦ୍ରାପଡାରୁ ୧୪୩, କୋରାପୁଟରୁ ୨୧୮, ଭଦ୍ରକରୁ ୧୫୭, କନ୍ଧମାଳରୁ ୭୬, ମାଲକାନଗିରିରୁ ୬୭, ଢେଙ୍କାନାଳରୁ ୧୬୩ ଓ ବୌଦ୍ଧରୁ ୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।