ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୭୮ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬ ସୁସ୍ଥ ।

134

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୦୭୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୩୦୨ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୬୩, ଯାଜପୁରରୁ ୪୫, ମୟୂରଭଂଜରୁ ୪୦, ଜଗତସିଂହପୁରରୁ ୩୩, ନୟାଗଡ଼ରୁ ୨୯, ପୁରୀରୁ ୨୫, କେନ୍ଦ୍ରାପଡ଼ାରୁ ୨୪, ଢେଙ୍କାନାଳରୁ ୧୭ ଓ ଭଦ୍ରକରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ରୁ ୧୦ ଜଣ ଲେଖାଏଁ, କେନ୍ଦୁଝରରୁ ୯, ଅନୁଗୁଳରୁ ୮, ଗଂଜାମ, ମାଲକାନଗିରିରୁ ୭-୭, ସମ୍ବଲପୁରରୁ ୬, ଦେବଗଡ଼ରୁ ୫, ଝାରସୁଗୁଡ଼ା, କନ୍ଧମାଳରୁ ୪-୪, ଗଜପତିରୁ ୩, କୋରାପୁଟ, ନୂଆପଡ଼ାରୁ ୨-୨ ଓ ରାଜ୍ୟପୁଲରୁ ୯୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।