୨୪ ଘଂଟାରେ ରାଜ୍ୟରେ ୫୮, ୪୩୬ ନମୁନା ପରୀକ୍ଷା : ୧୦,୭୫୭ ପଜିଟିଭ ଚିହ୍ନଟ, ୨୨ମୃତ; ୧୮% କୁ କମିଲା ପଜିଟିଭ ହାର

199

କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ ୧୦, ୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି ।   ସଂଗରୋଧରୁ ୬୦୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪୭୩୩ । କଟକ ଜିଲ୍ଲାରୁ ସର୍ବାଧିକ ୯୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ତେବେ ପରୀକ୍ଷା ବଢିଥିବାବେଳେ ପଜିଟିଭ ହାର କମିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଗତ ୨୪ ଘଂଟାରେ ଟେଷ୍ଟ ପଜିଟିଭିଟି ହାର ୧୮ ପ୍ରତିଶତ ରହିଛି ।

ଅପରପକ୍ଷରେ ଅନୁଗୁଳରୁ ୬୦୬, ବରଗଡ଼ରୁ ୪୦୪, ଭଦ୍ରକରୁ ୪୪୩, ବାଲେଶ୍ୱରରୁ ୩୫୪, ବଲାଙ୍ଗୀରରୁ ୫୦୩, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୩୧୯, ଯାଜପୁରରୁ ୨୮୧, ଝାରସୁଗୁଡ଼ାରୁ ୩୮୮ , କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୪୫୪, ନବରଙ୍ଗପୁରରୁ ୩୮୬ ଚିହ୍ନଟ ।

ସେହିଭଳି ନୟାଗଡ଼ରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫, ସୁନ୍ଦରଗଡ଼ରୁ ୮୩୨ଜଣ ଓ ଷ୍ଟେଟ୍ ପୁଲରୁ ୨୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ୨୨୯୮୧ରେ ପହଞ୍ଚିଥିବା ବେଳେ ୫,୧୪,୫୩୨ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧ଲକ୍ଷ ୬୦୬୧ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି ।