ବୟସ ଆଗରେ ହାର ମାନିଲା କରୋନା । ୧୦୬ ବର୍ଷ ବୟସରେ କରୋନାକୁ ମାତ୍ ଦେଲେ ବୃଦ୍ଧା

Advertisment
ବୟସ ଆଗରେ ହାର ମାନିଲା କରୋନା । ୧୦୬ ବର୍ଷ ବୟସରେ କରୋନାକୁ ମାତ୍ ଦେଲେ ବୃଦ୍ଧା

କନକ ବ୍ୟୁରୋ : ଜଣେ ୧୦୬ ବର୍ଷୀୟା ମହିଳାଙ୍କ ଆଗରେ ହାର ମାନିଛି କୋଭିଡ୍‌-୧୯। ମହାରାଷ୍ଟ୍ର ଥାନେ ଜିଲ୍ଲାର କରୋନା ଆକ୍ରାନ୍ତ ଏହି ୧୦୬ ବର୍ଷୀୟା ମହିଳା ଶେଷରେ କୋଭିଡ୍‌-୧୯କୁ ପରାସ୍ତ କରି ଆରୋଗ୍ୟ ଲାଭ କରିବା ପରେ ରବିବାର ଦିନ ହସ୍ପିଟାଲରୁ ନିଜ ଘରକୁ ଫେରି ଯାଇଛନ୍ତି। ଡାକ୍ତର ଏବଂ ନର୍ସମାନେ ତାଙ୍କୁ ବିଦାୟ ଦେଇ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ।

କରୋନା ଆକ୍ରାନ୍ତ ଏହି ୧୦୬ ବର୍ଷୀୟା ମହିଳା ଦୀର୍ଘ ୧୦ ଦିନ କାଳ ଜୀବନ ଓ ମୃତ୍ୟୁ ସହ ଲଢ଼ିବା ପରେ ଶେଷରେ ଆରୋଗ୍ୟ ଲାଭ କରି ଡାକ୍ତରଖାନା ବାହାରକୁ ଯିବା ପୂର୍ବରୁ ଗଣମାଧ୍ୟମରେ ନିଜର ଡିସଚାର୍ଜ ପ୍ରମାଣପତ୍ର ପ୍ରଦର୍ଶନ କରିଥିଲେ।

ଉଲ୍ଲେଖଯୋଗ୍ୟ, ସଂପୃକ୍ତା ମହିଳା ଜଣକ ଯେତେବେଳେ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା ସେତେବେଳେ କୌଣସି ଡାକ୍ତରଖାନା କର୍ତ୍ତୃପକ୍ଷ, ତାଙ୍କ ବୟସକୁ ଦେଖି ତାଙ୍କୁ ଡାକ୍ତରଖାନାରେ ରଖି ତାଙ୍କର ଚିକିତ୍ସା କରିବାକୁ ପ୍ରସ୍ତତ ନଥିଲେ ବୋଲି କହିଛନ୍ତି ତାଙ୍କର ବୋହୂ । ଶେଷରେ ତାଙ୍କୁ ୧୦ ଦିନ ପୂର୍ବରୁ କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ୍‌ (କେଡିଏମସି) ଦ୍ୱାରା ସାଭାରାମ କ୍ରିଡା କମ୍ପ୍ଲେକ୍ସରେ ସ୍ଥାପିତ କୋଭିଡ୍‌-୧୯ ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ସେଠାରେ ଥିବା ଡାକ୍ତର ଏବଂ ଡାକ୍ତରୀ ଦଳ ତାଙ୍କ ଉପଯୁକ୍ତ ଯତ୍ନ ନେଇଥିଲେ। ହେଲେ, ନିଜର ଦୃଢ଼ ଆତ୍ମବିଶ୍ୱାସ ବଳରେ ତାଙ୍କ ଶାଶୁ ଏବେ ଆରୋଗ୍ୟ ଲାଭ କରି ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରି ଆସିଥିବାରୁ ସେ ବହୁତ ଖୁସି ଅନୁଭବ କରୁଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଡାକ୍ତରଖାନାର ଡାକ୍ତରୀ ଦଳଙ୍କୁ ଆମେ ପ୍ରକୃତରେ ଧନ୍ୟବାଦ ଦେଉଛୁ, ଯେଉଁମାନେ ତାଙ୍କ ଯତ୍ନ ନେଇଥିଲେ ଏବଂ କରୋନାଭାଇରସକୁ ପରାସ୍ତ କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe