ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧୦୬ କରୋନା ଆକ୍ରାନ୍ତ । ଆଜି ଆକ୍ରାନ୍ତ ହୋଇଛନ୍ତି ୧୦୧ । ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ସୁସ୍ଥଙ୍କ ସଂଖ୍ୟା

709

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧୦୬ କରୋନା ଆକ୍ରାନ୍ତ । ମହାମାରୀକୁ ମାତ୍ ଦେଇ କରୋନା କବଳରୁ ବର୍ତ୍ତିଲେ ୧୦୬ ଆକ୍ରାନ୍ତ । ତେବେ ଆଜି ଭୁବନେଶ୍ୱରରେ ୧୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦୬ ଜଣ ।

ଭୁବନେଶ୍ୱରରେ ପୁଣି ଚିହ୍ନଟ ହେଲେ ୧୦୧ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୪୯ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୫୨ଟି କୋଭିଡ୍ ମାମଲା ଆସିଛି ।

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୭୩ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ କେସ୍ ୧୨୯୬ ରହିଛି । ସେହିଭଳି ୨୨୫୭ ଜଣ ସୁସ୍ଥ ହୋଇଥିବାବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

Comments are closed.