କନକ ବ୍ୟୁରୋ: ରେଳ ମନ୍ତ୍ରାଳୟକୁ ଚଳିତ ବଜେଟ୍ରେ ୨ ଲକ୍ଷ ୫୨ ହଜାର ଟଙ୍କା ଦିଆଯାଇଛି । ଚଳିତ ବଜେଟ୍ ଓଡିଶା ପାଇଁ ୧୦ ହଜାର ୫୩୬ କୋଟି । ବିଭିନ୍ନ ବାବଦରେ ରେଳ କ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଥିବା ଜଣାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ବିଭିନ୍ନ ନୂଆ ରେଳ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ ହେବ । ବାର୍ଷିକ ଓଡିଶାରେ ୪୭୩ କିଲୋମିଟର ରେଳ ଲାଇନ୍ କାର୍ଯ୍ୟ ହେଉଛି । ରାଜ୍ୟ ସରକାର ଜମି ଯୋଗାଇ ଦେଲେ ସେହି କାମ ଆହୁରି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି । ବନ୍ଦେ ମେଟ୍ରୋ ଟ୍ରେନ୍ କଟକ, ଭୁବନେଶ୍ୱର, ପୁରୀକୁ ଗଡିବା ପାଇଁ ଯୋଜନା ହେଉଛି । ପରବର୍ତୀ ସମୟରେ ଅନ୍ୟ ସହର ପାଇଁ ଦିଆଯାଇଛି ।