ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଲେ ୧୦୫ ବର୍ଷିୟା ବୃଦ୍ଧା । ଯାହାଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ।

ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଲେ ୧୦୫ ବର୍ଷିୟା ବୃଦ୍ଧା । ଯାହାଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ।

କୁହାଯାଏ ଜ୍ଞାନ ଆହରଣ କରିବାର କୌଣସି ନିଦ୍ଦିଷ୍ଟ ବୟସସୀମା ନଥାଏ । ସେଥିପାଇଁ ତ ଅନେକ ସମୟରେ ବୟସର ଅପରାହ୍ନରେ ପହଞ୍ଚିଥିବା ଲୋକ ମଧ୍ୟ ପାଠ ଟିକିଏ ପଢିବାକୁ ଧାଇଁ ଆସିଥାଏ ସ୍କୁଲକୁ । ଆଉ ସେହିଭଳି ଜଣେ ବୟସ୍କ ଛାତ୍ରୀ ହେଉଛନ୍ତି ଭାଗିରଥୀ ଆମ୍ମା । ଯାହାଙ୍କ ପାଠ ପଢିବା ନିଶା ଆଗରେ ହାର ମାନିଛି ବୟସ । କେରଳରେ ରହୁଥିବା ୧୦୫ ବର୍ଷିର୍ୟା ବୃଦ୍ଧା ଭାଗିରଥୀ ଆମ୍ମା ଏବେ ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

ଭାଗିରଥୀଙ୍କୁ ୮ ବର୍ଷ ହୋଇଥିବା ବେଳେ ଭାଗିରଥୀ ନିଜର ମା’ଙ୍କୁ ହରାଇଥିଲେ । ଆଉ ଏହାପରେ ପରିବାରର ବୋଝ ଭାଗିରଥୀଙ୍କ ଉପରେ ପଡିଥିଲା । ଭାଇ ଓ ଭାଉଣୀଙ୍କ ଦାୟିତ୍ୱ ବୁଝିବା କାରଣରୁ ଭାଗିରଥୀଙ୍କ ପାଠପଢାରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଆଉ ପରେ ପରେ ଭାଗିରଥୀଙ୍କର ବିବାହ ହୋଇଯାଇଥିଲା । ବିବାହ ପରେ ସାଂସରିକ ଜଞ୍ଜାଳରୁ ସମୟ ବାହାର କରି ଭାଗିରଥୀଙ୍କୁ ପାଠ ପଢିବା ପାଇଁ ସମୟ ହୋଇନଥିଲା । ଆଉ ଏସବୁ ଭିତରେ ସ୍ୱାମୀଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ତେବେ ପିଲାମାନେ ନିଜ ଗୋଡରେ ନିଜେ ଛିଡା ହେବା ପରେ ପୁଣିଥରେ ପାଠ ପଢିବାକୁ ମନ ବଳାଇଥିଲେ ଭାଗିରଥୀ । ଆଉ ଏଥିରେ ତାଙ୍କୁ ପୂରା ସହଯୋଗ କରିଥିଲା କେରଳ ରାଜ୍ୟ ସାକ୍ଷରତା ମିସନ ।

କୁହାଯାଉଛି ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଥିବା ଭାଗିରଥୀ ଆମ୍ମା ହେଉଛନ୍ତି ସବୁଠାରୁ ବୃଦ୍ଧା ଛାତ୍ରୀ। ଭାଗୀରଥୀ ଆମ୍ମା ଗତ ମଙ୍ଗଳବାର ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ସାକ୍ଷରତା ମିସନ ପାଇଁ କାମ କରୁଥିବା ବସନ୍ତ କୁମାରଙ୍କ କହିବାନୁସାରେ ଆମ୍ମା ବହୁତ ଛୋଟ ଥିବା ବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିଦିନଠାରୁ ଛୋଟ ଭାଇଭଉଣୀଙ୍କ ଦାୟିତ୍ୱ ନେବା ଆରମ୍ଭ କରି ଦେଇଥିଲେ। ତେଣୁ ତାଙ୍କ ପାଠପଢ଼ାରେ ସେଇଠି ହିଁ ପୁନଃଛେଦ ପଡ଼ି ଯାଇଥିଲା। ଏହାରି ଭିତରେ ଆମ୍ମାଙ୍କ ବିବାହ ହୋଇ ଯାଇଥିଲା। ବିବାହ ପରେ ଭାଗୀରଥୀ ଅମ୍ମାଙ୍କ ଚାରିଟି ଝିଅ ଓ ଦୁଇଟି ପୁଅକୁ ସନ୍ତାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe