କନକ ବ୍ୟୁରୋ: ସରୁନି ଯନ୍ତ୍ରୀଙ୍କ ସମ୍ପତ୍ତି ତାଲିକା। ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ କୋଡିଏଟି ପ୍ଲଟ ଠାବ କରାଯାଇଛି। ସେ ପ୍ଲଟ କିଣାରେ ସେଂଚୁରୀ ପାର କରିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କର ୧୦୫ଟି ପ୍ଲଟ ଠାବ କରାଯାଇଥିବା ବାଲେଶ୍ବର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ୮୫ଟି ଫ୍ଲଟ୍ ଠାବ ହୋଇଥିଲା। ଏବେ ଆଉ ୨୦ଟି ପ୍ଲଟ ଠାବ ହୋଇଛି। ପଶ୍ଚିମ ବଙ୍ଗର ସୁନା ଖଣିଆ ଆଉ ଦାନ୍ତୁନ ଅଂଚଳରୁ କୋଡିଏଟି ପ୍ଲଟ ଠାବ ହୋଇଛି। ଭିଜିଲାନ୍ସ ହାତରେ ଗିରଫ ହୋଇ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ବାଲେଶ୍ବର ଜେଲରେ ଅଛନ୍ତି ।
ପ୍ଲଟ କିଣାରେ ସେଞ୍ଜୁରୀ ମାରିଲେ ବାବୁ: ଏଯାଏଁ ପ୍ରଭାସ ପ୍ରଧାନଙ୍କ ୧୦୫ଟି ପ୍ଲଟ ଠାବ
Advertisment
Follow Us