କନକ ବ୍ୟୁରୋ : କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ହେଉଥିବା ବେଳେ ୧୦୫ କେଜି ଗଞ୍ଜେଇକୁ ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଗଞ୍ଜେଇ ସମତେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ କାରକୁ ମଧ୍ୟ ଜବତ କରାଯାଇଛି ।
ସୂଚନା ଅନୁଯାୟୀ, କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଆଜି ଗୁରୁବାର କଟକ ମଙ୍ଗୁଳି ଛକ ଠାରେ ଚଢାଉ କରିଥିଲା । ବୌଦ୍ଧରୁ ବାଲେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ୧୦୫ କେଜି ଗଞ୍ଜେଇ ଜବତ କରିବା ସମେତ ୨ ଅଭିଯୁକ୍ତ ଓ ଗୋଟିଏ କାରକୁ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/20210204_121201-750x430.jpg)