ଭାଗ୍ୟବାନ ଜ୍ୱାଇଁ: ୧୦୫ ପ୍ରକାର ବ୍ୟଞ୍ଜନ ଦେଇ ଜ୍ୱାଇଁ ଚର୍ଚ୍ଚା କଲେ ଶ୍ୱଶୁର ଘର ଲୋକେ । ଜାଣନ୍ତୁ ଓଡ଼ିଶାର କେଉଁ ସ୍ଥାନରେ ମିଳିଲା ଜ୍ୱାଇଁଙ୍କୁ ଏଭଳି ଆତିଥେୟତା ।

6,239

କନକ ବ୍ୟୁରୋ: ଶ୍ୱଶୂର ଘରେ ଜ୍ୱାଇଁ ଭୋଜନ । ସାଧାରଣତଃ ଶ୍ୱଶୂର ଘରେ ଜ୍ୱାଇଁଙ୍କ ଚର୍ଚ୍ଚା ଘରେ ଘରେ ହୋଇଥାଏ । ହେଲେ ନିମାପଡାରେ ଏକ ପରିବାର ଜ୍ୱାଇଁଙ୍କ ଚର୍ଚ୍ଚା ପାଇଁ ତିଆରି କରିଛନ୍ତି ୧୦୫ ପ୍ରକାରର ବ୍ୟଞ୍ଜନ । ଡକ୍ଟର ଶୁଭଜିତ ସାହୁଙ୍କ ପାଇଁ ତିଆରି ହୋଇଥିଲା ୧୦୫ ପ୍ରକାରର ସୁସ୍ୱାଦୁ ଓଡିଆ ଖାଦ୍ୟ । ଯେଉଁଥିରେ ଭାତ,ପଲାଉ,ଫ୍ରାଏଡରାଇସ ସହ ବିଭିନ୍ନ ପ୍ରକାରର ତରକାରୀ ଥିଲା । ଡାଲମା, ହବିଷ ଡାଲମା ସହ ଦହିବରା, ସାଲାଡ ଓ ମିଠା ବି ପରଶା ଯାଇଥିଲା ।

ତେବେ ଜ୍ୱାଇଁ ପରସାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବୁଠାରୁ ବଡ କଥା ହେଉଛି ଯେତେବେଳେ ଏହି ଭିଡିଓର ସତ ଜାଣିବାକୁ ଆମେ ଡକ୍ଟର ଶୁଭଜିତ ସାହୁଙ୍କୁ ଯୋଗାଯୋଗ କଲୁ ସେ ବି ସେଦିନର ଏହି ଭୋଜନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କଲେ । କାହିଁକି ନାଁ ନିଜ ସ୍ତ୍ରୀଙ୍କ ସହ ଶ୍ୱଶୂର ଘରକୁ ଯିବା ବେଳେ ଶୁଭଜିତ ବି ଜାଣି ନଥିଲେ ଯେ ଏମିତି ଚର୍ଚ୍ଚା ସେ ପାଇବେ ।

ଭାଗ୍ୟବାନ ଜ୍ୱାଇଁ

#ଡାକ୍ତର_ଜ୍ୱାଇଁ_ବୋଲି…#ଏମିତି_ଜ୍ୱାଇଁ_ଚର୍ଚ୍ଚା_କେବେ_ଦେଖିନଥିବେ ଶ୍ୱଶୁର ଘରେ ଜ୍ୱାଇଁ ଭୋଜନ : ୧୦୫ ପ୍ରକାର ବ୍ୟଞ୍ଜନ ଦେଇ ଜ୍ୱାଇଁ ଚର୍ଚ୍ଚା କଲେ ଶ୍ୱଶୁର ଘର ଲୋକେ । ଜାଣନ୍ତୁ ଓଡ଼ିଶାର କେଉଁ ସ୍ଥାନରେ ମିଳିଲା ଜ୍ୱାଇଁଙ୍କୁ ଏଭଳି ଆତିଥେୟତା । #KanakNews #Odisha

Posted by Kanak News on Tuesday, 21 July 2020

ସାଧାରଣତଃ ଅତିଥି ଆସିଲେ ଘରେ ସୁସ୍ୱାଦୁ ଖାଦ୍ୟ ତିଆରି ହୁଏ । ହେଲେ ଶୁଭଜିତ ସାହୁଙ୍କ ପାଇଁ ଶ୍ୱଶୂର ଘରେ ଗୋଟିଏ କି ଦୁଇଟି ନୁହେଁ ୧୦୫ ପ୍ରକାରର ତରକାରୀ ଓ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ଶୁଭଜିତଙ୍କ ଶାଶୁ,ଶଳା ଓ ସମ୍ପର୍କୀୟ ମିଶି ଏତେ ସବୁ ତରକାରୀ ତିଆରି କରିଥିଲେ । ବଡି ଭୋରରୁ ଏଥିପାଇଁ ଶ୍ୱଶୂରଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଉ ଶୁଭଜିତ ପହଁଚିବା ପରେ କଦଳୀପତ୍ରରେ ପରସା ଯାଇଥିଲା ଖାଦ୍ୟ । ଏମିତିକି ଏତେ ପ୍ରକାରର ଖାଦ୍ୟ ଖାଇବା ବେଳେ ବି ବେଶ ରୋଚକ ଚିତ୍ର ସାମ୍ନାକୁ ଆସିଛି ।

ଡକ୍ଟର ଶୁଭଜିତ ସାହୁ ୧୪ ଜୁଲାଇରେ ସୈାମ୍ୟା ସମୀକ୍ଷାଙ୍କୁ ବିବାହ କରିଥିଲେ । ୨୦ଜୁଲାଇରେ ପ୍ରଥମ ଥର ନିଜ ପତ୍ନୀଙ୍କ ସହ ଶ୍ୱଶୂର ଘରକୁ ଯାଇଥିଲେ । ଆଉ ସେଠି ଯେଉଁ ଚର୍ଚ୍ଚା ପାଇଲେ ତାର ଦୃଶ୍ୟ ବେଶ ରୋଚକ । ଏମିତିକି ପତ୍ନୀ ସୈାମ୍ୟା ସମୀକ୍ଷା ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଉଭୟ ସୈାମ୍ୟା ଓ ଶୁଭଜିତ ଏଭଳି ଖାଦ୍ୟ ପରସା ଓ ଚର୍ଚ୍ଚାକୁ ନେଇ ଯେତିକି ଆଶ୍ଚର୍ଯ୍ୟ ସେତିକି ଖୁସି । ସୋସିଆଲ ମିଡିଆରେ କିଛି ଲୋକ ସମାଲୋଚନା ବି କରିଛନ୍ତି । ଅନେକ ରୋଚକ କମେଂଟ ବି ଦେଇଛନ୍ତି । କିନ୍ତୁ ପାରିବାରିକ ସମ୍ପର୍କ ଓ ସ୍ନେହ କେମିତି ଆତିଥ୍ୟ ଦେଇପାରେ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି । ଏନେଇ ନବ ବିବାହିତ ଶୁଭଜିତ ଓ ସୈାମ୍ୟା ସମୀକ୍ଷା ବି ବେଶ ଖୁସି ଅଛନ୍ତି ।

Comments are closed.