ଭୁବନେଶ୍ୱରରେ ହଜାରେ ଟପିଲା କୋଭିଡ୍ ସଂକ୍ରମଣ । ଦିନକରେ ଚିହ୍ନଟ ହେଲେ ୧୦୪୪ ନୂଆ ସଂକ୍ରମିତ ।

Advertisment
ଭୁବନେଶ୍ୱରରେ ହଜାରେ ଟପିଲା କୋଭିଡ୍ ସଂକ୍ରମଣ । ଦିନକରେ ଚିହ୍ନଟ ହେଲେ ୧୦୪୪ ନୂଆ ସଂକ୍ରମିତ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ହଜାରେ ଟପିଲା କରୋନା ସଂକ୍ରମଣ । ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣର ଭୟ ଭିତରେ ରାଜଧାନୀରୁ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଭିତରୁ ୨୧୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୨୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ସୂଚନା ଦେଇଛି ।

ବିଶେଷକରି ପୁରୁଣା ଭୁବନେଶ୍ୱର, ବଡଗଡ, ଗଜପତି ନଗର, ବିଜେବି ନଗର, ଚନ୍ଦ୍ରଶେଖରପୁର ଓ ଡୁମୁଡୁମା ଅଂଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛି । ତା ସହିତ ଖଣ୍ଡଗିରି, ଝାରପଡା, କଳ୍ପନା, ମଂଚେଶ୍ୱର, ନୟାପଲ୍ଲୀ ଓ ବରମୁଣ୍ଡା ଅଂଚଳରୁ ଅନେକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଏବେ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୪୯୩କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଂଟା ଭିତରେ ରାଜଧାନୀରୁ ୪୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe