କନକ ବ୍ୟୁରୋ: କରୋନାକୁ ଯେତେବେଳେ ସାରା ଓଡ଼ିଶା ସଂଘର୍ଷ କରୁଛି, ଠିକ୍ ସେତେବେଳେ କିଛି ଅସାମାଜିକ ବ୍ୟକ୍ତି କିଭଳି ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିଦେଉଛନ୍ତି, ତାର କିଛି ଉଦାହରଣ ସାମ୍ନାକୁ ଆସିଛି । କରୋନା ସହାୟତା ପାଇଁ ରାଜ୍ୟ ସରକାର ଜାରି କରିଥିବା ୧୦୪ ହେଲ୍ପ ଲାଇନ୍ ନମ୍ବରକୁ ମିଛ ମିଛିକା କଲ୍ କରି, କର୍ମଚାରୀଙ୍କୁ ହଇରାଣ କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି ।
କିଏ ମହିଳା କର୍ମଚାରୀଙ୍କୁ ବ୍ୟକ୍ତିଗତ ନମ୍ବର ମାଗୁଛି, ତ ଆଉ କିଏ ତାଙ୍କୁ ଚାକିରି ଦେଲା କିଏ ପ୍ରଶ୍ନ କରୁଛି । କରୋନା ସମ୍ପର୍କିତ ତଥ୍ୟ ଜାଣିବା ବଦଳରେ ଜାଣିଣୁଣି ଖାଲିଟାରେ ମହିଳା କର୍ମଚାରୀଙ୍କୁ ଅସୁବିଧା ସୃଷ୍ଟି କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/6-1.png)
/kanak/media/post_attachments/wp-content/uploads/2020/05/vlcsnap-2020-05-14-15h05m26s942.png)