ଭୁବନେଶ୍ୱରରେ କାୟା ମେଲାଉଛି କରୋନା । ଆଜି ୧ ହଜାର ୩୪ କରୋନା ପଜିଟିଭ ଚିହ୍ନଟ । 

174

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡି ଚାଲିଛି କରୋନା ସଂକ୍ରମଣ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସହିଦ ନଗର, ବମିଖାଲ, ରସୁଲଗଡ, ଜୟଦେବ ବିହାର, ଚକେଇସିଆଣି, ପଟିଆ, ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାଗର, ପଳାସୁଣି, ପାହାଳ, ରଙ୍ଗମାଟିଆ, ସାମନ୍ତରାପୁର, ସତ୍ୟନଗର, ଶାସ୍ତ୍ରୀ ନଗର, ସୁନ୍ଦରପଦା ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ ୫୨,୫୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୨, ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ ୧୦୦୭୫ ଜଣ ଏବେ ବି ସକ୍ରିୟ ରହିଛନ୍ତି ।