କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସୀମା ଟପୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱର ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି । ଆଜି ସହରରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଏହି ଖବର ବିଏମସି ପାଇଁ ଚିନ୍ତା ଆଣିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂକ୍ରମିତଙ୍କ ଭିତରେ ୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଭିତରୁ ୨୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ବିଶେଷକରି ଖଣ୍ଡଗିିରି, ଟଙ୍କପାଣି ରୋଡ୍, ପଟିଆ ଓ ପୁରୁଣା ଭୁବନେଶ୍ୱର ଅଂଚଳରୁ ଏକାଧିକ ଲୋକାଲ କେସ୍ ସାମ୍ନାକୁ ଆସିଛି ।
Update on newly detected #COVID19 cases in the last
24 hrs under the BMC area on 7th Apr (till 9am). pic.twitter.com/004GdlXRCm— BMC (@bmcbbsr) April 7, 2021
ଏହାକୁ ମିଶାଇ ଏବେ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ତେବେ ଚିନ୍ତାର ବିଷୟ ଏହା ଯେ, ଗତ ଦୁଇ ଦିନ ହେଲା ଭୁବନେଶ୍ୱରରୁ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ରାଜଧାନୀରୁ ଆଜି ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମସି ରିପୋର୍ଟ ଦେଇଛି ।