କନକ ବ୍ୟୁରୋ: ରାଜ୍ୟର ୧୦୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଏହି ଆକ୍ରାନ୍ତ ଜଣଙ୍କ ରାଉରକେଲା ନାଲା ରୋଡର ୬୦ ବର୍ଷ ବୟସ୍କ ବ୍ୟକ୍ତି । ସେ ଲକଡାଉନ ଯୋଗଁ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ଘରେ ରହିଥିଲେ । ୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ସାଧାରଣ ଥଣ୍ଡା ପାଇଁ ଚିକିତ୍ସିତ ହୋଇଥିଲେ । ତାଙ୍କୁ ୨୩ ଏପ୍ରିଲରୁ ହାଇଟେକ୍ କୋଭିଡ୍ –ହସ୍ପିଟାଲ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ୨୫ ଏପ୍ରିଲରେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେହିଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କରୋନା ଚିହ୍ନଟ ହେବା ପରେ ତାଙ୍କୁ ୨୫ତାରିଖରୁ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।
ଗତକାଲି ୮ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଇଥିଲେ ରାଜ୍ୟ ସରକାର। ଯାଜପୁରର ୬ ଓ ସୁନ୍ଦରଗଡର ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ତେବେ ଶନିବାର ରାତିରେ ଚିହ୍ନଟ ହୋଇଥିବା ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡର ନୂଆ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ହସ୍ତଗତ ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି ୮ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ଗସ୍ତ ବିବରଣୀରେ କୋଲକାତା ଲିଙ୍କ ରହିଛି । ଅର୍ଥାତ ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ କୋଲକାତା ଫେରନ୍ତା । ସେହିପରି ସୁନ୍ଦରଗଡର ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଅନ୍ୟଜଣେ ମହିଳା ଅଛନ୍ତି । ଆଉ ଦୁଇ ଜଣ ଯାକ ୬୯ ନମ୍ବର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।
Travel History of #Covid19 Patients
Case no: 92, 93, 94 & 95
Contact tracing and follow-up action is being done. pic.twitter.com/y5OUE95XHN— I & PR Department, Odisha (@IPR_Odisha) April 26, 2020
୯୫ ନମ୍ବର ଆକ୍ରାନ୍ତ ୨୩ ବର୍ଷର ଯୁବକ ହୋଇଥିବା ବେଳେ ସେ ୨୯ ମାର୍ଚ୍ଚରେ ବୋଲେରୋ ଯୋଗେ ୬ ଜଣଙ୍କ ସହ ନିଜ ଗାଁ କଟିକଟା ଫେରିଥିଲେ ।
Travel History of #Covid19 Patients
Case no: 96, 97, 98 & 99
Contact tracing and follow-up action is being done. pic.twitter.com/rmypj60vK6— I & PR Department, Odisha (@IPR_Odisha) April 26, 2020
ସେହିପରି ୯୬, ୯୭, ୯୮ ନମ୍ବର ଆକ୍ରାନ୍ତ ବି ଦଶରଥପୁର ବ୍ଲକ କଟିକଟା ଗାଁର । ସେମାନେ ସେହି ୨୯ ତାରିଖରେ କୋଲକାତାରୁ ଫେରିଥିଲେ । ଅନ୍ୟପଟେ ୯୯ ଏବଂ ୧୦୦ ନମ୍ବର ଆକ୍ରାନ୍ତ ଦଶରଥପୁର ବ୍ଲକର । ୯୯ ନମ୍ବର ଆକ୍ରାନ୍ତଙ୍କ ଘର ମହାନ୍ତି ପାଟଣା ହୋଇଥିବା ବେଳେ ସେ ୨୯ ମାର୍ଚ୍ଚରେ ୮ ଜଣ ଯାକ୍ରୀଙ୍କ ସହ ଏକ ବୋଲେରୋ ଭଡା କରି ଗାଁରେ ପହଞ୍ଚିଥିଲେ ।
Travel History of #Covid19 Patients
Case no: 100, 101 & 102
Contact tracing and follow-up action is being done. pic.twitter.com/FYyvgth4B9— I & PR Department, Odisha (@IPR_Odisha) April 26, 2020
ସେହିପରି ୧୦୦ ନମ୍ବର ଆକ୍ରାନ୍ତ ବିରାଜପୁର ଗାଁର ହୋଇଥିବା ବେଳେ ସେ ଏକ ମିନି ଟ୍ରକରେ ୨୦ ଜଣ ଯାତ୍ରୀଙ୍କ ସହ ଯାଜପୁର ସହରରେ ପହଞ୍ଚିଥିଲେ ଆଉ ପରେ ନିଜ ପୁଅ ସହ ବାଇକରେ ଯାଇ ଘରେ ସଙ୍ଗରୋଧରେ ରହିଥିଲେ ।