ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଯାଜପୁରର ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ

173

କନକ ବ୍ୟୁରୋ : ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଯାଜପୁରର ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ସମ୍ମାନ ଗ୍ରହଣ କରି ଶତାୟୁ ନନ୍ଦ ପୃଷ୍ଟି ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ନନ୍ଦ ପୃଷ୍ଟିଙ୍କ ବର୍ତମାନ ବୟସ ୧୦୨ ବର୍ଷ । ସେ ଦୀର୍ଘ ଦଶନ୍ଧି ଧରି ଜିଲ୍ଲାରେ ଛୋଟପିଲା ଓ ଅନ୍ୟ ବ୍ୟକ୍ତିଙ୍କୁ ଶିକ୍ଷାଦାନ କରିଆସୁଛନ୍ତି ।

ନନ୍ଦ ପୃଷ୍ଟିଙ୍କ ଘର ସୁକିନ୍ଦା ବ୍ଲକର କଂଟିରାରେ । ସେ ଦୀର୍ଘ ୭୦ ବର୍ଷ ହେଲା ନିଜ ଗାଁରେ ମାଗଣାରେ ଏହି ଶିକ୍ଷାଦାନ କରୁଛନ୍ତି । ପିଲା ବେଳେ ନନ୍ଦ ପୃଷ୍ଟିଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତ କରିଥିଲେ । ଆଉ ଏହାକୁ ନନ୍ଦ ପୃଷ୍ଟି ବେଶ ବୁଝିପାରିଛନ୍ତି । ନିଜ ଘର ପାଖରେ ନନ୍ଦ ପୃଷ୍ଟି ଏକ ସ୍କୁଲ ଖୋଲିଛନ୍ତି । ଏଠାରେ ସବୁଦିନେ ସେ ପାଠ ପଢାଉଛନ୍ତି । ଛୋଟ ପିଲାଙ୍କୁ ସକାଳ ୯ଟା ଯାଏଁ ଓ ପୁଣି ଦିନ ୪ଟାରୁ ୬ ମଧ୍ୟରେ ପାଠ ପଢାଇଥାନ୍ତି । ସେହିଭଳି ବରିଷ୍ଠ ନାଗରିକଙ୍କୁ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ପଠା ପଢାଇଥାନ୍ତି ନନ୍ଦ ପୃଷ୍ଟି ।