ସମୁଦ୍ରରେ ଭାସମାନ ଜଙ୍ଗଲ । ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ, ଜାଣନ୍ତୁ କେଉଁଠି ରହିଛି ଏହି ଜଙ୍ଗଲ

379

କନକ ବ୍ୟୁରୋ : ସମୁଦ୍ର ମଝିରେ ଛୋଟ ଛୋଟ ଟାପୁ ବା ଜଙ୍ଗଲ ତ ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କେବେ ଶୁଣିଛନ୍ତି କି, ସମୁଦ୍ର ମଝିରେ ଭାସୁଥିବା ଜଙ୍ଗଲ ବିଷୟରେ ? ଯଦି ଶୁଣିନାହାନ୍ତି ତେବେ ଆସନ୍ତୁ ଜାଣିବେ କେଉଁଠି ଏପରି ଜଙ୍ଗଲ ରହିଛି ଆଉ କିଭଳି ଏହ ଭାସମାନ ଜଙ୍ଗଲ ସୃଷ୍ଟି ହୋଇଛି ।


ପୁରୁଣା ଓ ପରିତ୍ୟେକ୍ତ ସାମଗ୍ରୀ ଦେଖିବା ମାତ୍ରେ ଯେଉଁମାନଙ୍କ ହୃଦସ୍ପନ୍ଦନ ବଢିଥାଏ, ସେମାନେ ଅନ୍ତତଃ ଜୀବନରେ ଥରେ ଅଷ୍ଟ୍ରେଲିଆର ସିଡନି ନିକଟ ହୋମବୁସ୍ ଉପସାଗର ବୁଲି ଆସିବା ଦରକାର । ସେଠା ଉପକୂଳରେ ବିଂଶ ଶତାବ୍ଦୀରେ କାର୍ଯ୍ୟକ୍ଷମ ଥିବା ଅନେକ ପାଣିଜାହାଜ ଏବେ ଅବ୍ୟବହୃତ ଓ ପରିତ୍ୟେକ୍ତ ଅବସ୍ଥାରେ ଠୁଳ ହୋଇ ରହିଛି । ସେମାନଙ୍କ ଭିତରେ ରହିଥିବା ଏସଏସ୍ ଆୟାରଫିଲ୍ଡ ନାମକ ୧୦୨ ବର୍ଷର ଜାହାଜଟି ପର୍ଯ୍ୟଟକମାନଙ୍କୁ ବେସ୍ ଆକର୍ଷିତ କରୁଛି । ଏହାର କଳଙ୍କି ଲଗା ପୃଷ୍ଠଦେଶରେ ବିଭିନ୍ନ ବୃକ୍ଷରାଜିର ସମାହାର ପର୍ଯ୍ୟଟକଙ୍କ ମନରେ ଏକ ଭାସମାନ ଜଙ୍ଗଲର ଭ୍ରମ ଆଣିଥାଏ । ୧,୧୪୦ ଟନର ଏହି ପରିହାର୍ଯ୍ୟ ଜାହାଜଟି ମଧ୍ୟ ସ୍ଥାନୀୟ ଲୋକଙ୍କ ମନରେ ଭସା ଜଙ୍ଗଲ ଭାବେ ପରିଚିତ ।


ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ଜାହାଜଟୁ ପ୍ରଶାନ୍ତ ମହାସାଗରରେ ଡେରା ପକାଇଥିବା ଆମେରିକୀୟ ସୈନିକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ପରିବହନ କରିବାକୁ ସିଡନି ଯାତ୍ରା କରୁଥିଲେ ।
୧୯୭୨ ମସିହାରେ ଏହା ଅବସର ନେବା ସହ ତାହାକୁ ଭାଙ୍ଗି କବାଡି ସାମଗ୍ରୀରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ମାତ୍ର କୌଣସି କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଏବଂ ହୋମବୁସ୍ ଉପକୂଳ ମଧ୍ୟ ଆଉ ଜାହାଜର ଧ୍ୱଂସସ୍ଥାନ ହୋଇ ରହିଲା ନାହିଁ । ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବ୍ୟବହୃତ୍ତ ଅନେକ ଜାହାଜ ସମୁଦ୍ର କୂଳରେ ପଡିରହି ପ୍ରକୃତିରେ ବିଲୀନ ହେବାକୁ ଅପେକ୍ଷା କରିଛନ୍ତି । ତେବେ କାଳକ୍ରମେ ଏସ୍ଏସ୍ ଆୟାରଫିଲ୍ଡରେ ଆପଣା ଛାଏଁ ବିକଶିତ ହୋଇଥିବା ବୃକ୍ଷରାଜି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ବହନ କରିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ନିଆରା ଭସା ଜଙ୍ଗଲ ପାଲଟିଛି