ରାଜ୍ୟରେ ସର୍ବାଧିକ ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଯାଜପୁରରୁ ୩୧, ଜଗତସିଂହପୁରରୁ ୨୩ ନୂଆ ସଂକ୍ରମିତ ଠାବ; ନୂଆ ପଜିଟିଭକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ।

1,379

କନକ ବ୍ୟୁରୋ: ରାଜ୍ୟରେ ସର୍ବାଧିକ ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ରାଜ୍ୟରେ ଆଉ ୧୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରୁ ୩୧ ଜଣ, ଜଗତସିଂହପୁରରୁ ୨୩ ଜଣ, ଭଦ୍ରକରୁ ୨୧ ଜଣ , କେନ୍ଦ୍ରାପଡାରୁ ୮ ଜଣ, କଟକରୁ ୪ ଜଣ, ଖୋର୍ଧାରୁ ୪ ଜଣ, ପୁରୀରୁ ୪ ଜଣ, ଅନୁଗୁଳରୁ ୨ ଜଣ, ବାଲେଶ୍ୱରରୁ ୨ ଜଣ, ସମ୍ବଲପରରୁ ୨ ଜଣ ଓ ନୟାଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଗଞ୍ଜାମ ଜିଲ୍ଲାରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।

ଏମାନଙ୍କ ଭିତରୁ ୫ ଜଣଙ୍କୁ ଛାଡ଼ି ଦେଲେ ଅବଶିଷ୍ଟ ୯୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅନ୍ୟ ୫ଜଣ ସ୍ଥାନୀୟ ଅଞ୍ଚଳର ବୋଲି  ସୂଚନା ଦିଆଯାଇଛି। ଗତକାଲି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ୨୦ଜଣ ଆକ୍ରାନ୍ତଙ୍କୁ ଏଥିରେ ସାମିଲ କରାଯାଇଛି। ଏବେ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହିଚଂଛି । ୬୯୬ ସକ୍ରିୟ ଥିବା ବେଳ ୨୭୭ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଲକ୍ଷେ ଟପିଛି ନମୂନା ପରୀକ୍ଷା ।

ତେବେ ବଡ କଥା ହେଉଛି କରୋନା ରାଜ୍ୟରେ ନେଇଛି ଆଉ ଏକ ଜୀବନ । ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।  ତେବେ ମୃତକ ଜଣକ କଟକ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।