ଖତ ଖାଇଗଲା ପୁରୀ ବେଳାଭୂମିରେ ତିଆରି ହୋଇଥିବା କିଓସ୍କୋ ; ଚଳୁ ହୋଇଗଲା ୧୦୨ କୋଟି

ଖତ ଖାଇଗଲା ପୁରୀ ବେଳାଭୂମିରେ ତିଆରି ହୋଇଥିବା କିଓସ୍କୋ ; ଚଳୁ ହୋଇଗଲା ୧୦୨ କୋଟି

କନକ ବ୍ୟୁରୋ: ଖତ ହୋଇଗଲାଣି ପୁରୀ ବେଳାଭୂମି ତିଆରି ହୋଇଥିବା କିଓସ୍କୋ। ବେଳାଭୂମିର ସୌନ୍ଦର୍ୟ୍ୟକରଣ ପାଇଁ ୧୦୨କୋଟି ଟଙ୍କା ବିନିଯୋଗ ହେଉଛି। ଏଣେତେଣେ ବସୁଥିବା ବ୍ୟବସାୟୀଙ୍କୁ ବ୍ୟବସ୍ଥିତ କରିବା ଲାଗି ୧୨୦ଟି କିଓସ୍କୋ ନିର୍ମିତ ହୋଇଛି। ହେଲେ ଉପଯୋଗ ହେଉନଥିବାରୁ କଳଙ୍କି ଲାଗିଗଲାଣି। କ୍ୟାବିନ ଚାରିପାଖରେ ଲାଗିଥିବା ରବର କୋଟେସନ ଉଠିଗଲାଣି। କିଓସ୍କୋ ତାଲା ଭାଙ୍ଗି ଏହା ମଧ୍ୟରେ ଅଘୋଷିତ ମଦଶାଳା ବସୁଛି। ସଞ୍ଜ ନଇଁଲେ ନିଶାଡ଼ିଙ୍କ ଆଡ୍ଡା ପାଲଟୁଛି। କେବଳ ସେତିକି ନୁହେଁ, ଏହା ମଧ୍ୟରେ ମଳତ୍ୟାଗ କରିଥିବାରୁ କିଓସ୍କୋ ପାଖ ଖୋଲିଦେବା ମାତ୍ରେ ଗନ୍ଧରେ ନାକ ଫାଟିପଡ଼ୁଛି। କୋଟିକୋଟି ଟଙ୍କାରେ କିଓସ୍କୋ ଆସି ଦୀର୍ଘମାସ ହେଲା ଛିଡ଼ା ହେଲାଣି, କିନ୍ତୁ ବିନିଯୋଗ ହୋଇନଥିବାରୁ ଏହା ଖତ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe