ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଚାରବାଗ୍ ରେଲୱେ ଷ୍ଟେସନରେ ୧୦୧ ଫିଟ୍ ର ଉଚ୍ଚ ତ୍ରିରଙ୍ଗା ଉଡିବ । ଏହି କାମକୁ ୨୬ ଜାନୁଆରୀ ପୂର୍ବରୁ ସାରିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ତ୍ରିରଙ୍ଗାକୁ ଷ୍ଟେସନର ଗାନ୍ଧି ପାର୍କରେ ଲଗାଯିବାର ବ୍ୟବସ୍ଥା କରାଯାଇଛି । ରେଳ ମନ୍ତ୍ରାଳୟ ତରଫରୁ ଯାତ୍ରୀମାନଙ୍କର ଦେଶପ୍ରେମ ତଥା ରାଷ୍ଟ୍ରଭକ୍ତି ପ୍ରତି ଓତଃପ୍ରୋତ ଭାବରେ ଜଡିତ କରିବା ପାଇଁ ଏହିଭଳି ଭାବରେ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଟ୍ରେନର ଇଞ୍ଜିନରେ ମଧ୍ୟ ତ୍ରିରଙ୍ଗା ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ପାସେଞ୍ଜର,ମେଲ୍ ଏକ୍ସପ୍ରେସ୍ ରୁ ନେଇ ମାଲଗାଡି ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଲଗାଗଲା । ଭାରତର ରାଜଧାନୀରେ ଉତ୍ତର ରେଲୱେର ଚାରବାଗ୍ ଷ୍ଟେସନର ପୂର୍ବ ରେଲୱେର ଲଖନଉଁ ଜଙ୍କସନ୍ ହେଉଛି ଏ ୱାନ୍ ଶ୍ରେଣୀ ଷ୍ଟେସନ୍ । ଯେଉଁଠାରେ ନିୟମତଃ ରାଷ୍ଟ୍ରଧ୍ୱଜ ଲଗାଯିବା କଥା । ଦୁଇ ଷ୍ଟେସନ୍ ଗୋଟିଏ ପରିସରରେ ରହିବା କାରଣରୁ ଏହା ବିଚାର ହୋଇଥିଲା ଯେ ଚାରବାଗ୍ ଷ୍ଟେସନ ପରିସରରେ ତ୍ରିରଙ୍ଗା ଲଗାଯିବ ।
ଏହି ଧ୍ୱଜ ୧୦୧ ଫିଟ୍ ଉଚ୍ଚତା ଏବଂ ୬୦ ବର୍ଗଫିଟ୍ ର ଥିବା ବେଳେ ଏହି ତ୍ରିରଙ୍ଗା ଉପରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେବେ ସର୍ବପ୍ରଥମେ ଆଗ୍ରା ଷ୍ଟେସନରେ ତ୍ରିରଙ୍ଗା ପତାକା ଲଗାଯାଇଥିଲା । ଚାରବାଗ୍ ଷ୍ଟେସନର ଗାନ୍ଧୀ ପାର୍କରେ ତ୍ରିରଙ୍ଗା ଲଗାଯିବାର ଯୋଜନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/R.jpg)
/kanak/media/post_attachments/wp-content/uploads/2019/01/RRRR-300x264.jpg)