ଭୁବନେଶ୍ୱରରେ ଶହେ ଟପିଲା ଦୈନିକ ସଂକ୍ରମଣ । ଆଜି ୮୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ।

139

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ଦୈନିକ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର କରୋନା ଗ୍ରାଫ୍ ଡରାଇବା ଆରମ୍ଭ କରିଛି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ, ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ଭିତରେ ୮୦ ପ୍ରତିଶତ ଲୋକାଲ୍ କେସ୍ ଅଛି ।

ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ମୋଟ ୧୦୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୨୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ସମସ୍ତ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ଭୁବନେଶ୍ୱରରୁ ଏତେ ମାତ୍ରାରେ ଲୋକାଲ୍ କେସ୍ ଚିହ୍ନଟ ହେବା ଭୟ ବଢାଇଛି । ବିଶେଷକରି ରସୁଲଗଡ, ଖଣ୍ଡଗିରି. ପୁରୁଣା ଭୁବନେଶ୍ୱର ଓ ନୟାପଲ୍ଲୀରୁ ଏକାଧିକ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି । ଯାହାକି ଉଭୟ ପ୍ରଶାସନ ଓ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।