କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ଦୈନିକ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର କରୋନା ଗ୍ରାଫ୍ ଡରାଇବା ଆରମ୍ଭ କରିଛି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ, ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ଭିତରେ ୮୦ ପ୍ରତିଶତ ଲୋକାଲ୍ କେସ୍ ଅଛି ।
Update on newly detected #COVID19 cases in the last
24 hrs under the BMC area on 6th Apr (till 9am). pic.twitter.com/aAzQcmnsjA— BMC (@bmcbbsr) April 6, 2021
ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ମୋଟ ୧୦୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୨୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ସମସ୍ତ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ଭୁବନେଶ୍ୱରରୁ ଏତେ ମାତ୍ରାରେ ଲୋକାଲ୍ କେସ୍ ଚିହ୍ନଟ ହେବା ଭୟ ବଢାଇଛି । ବିଶେଷକରି ରସୁଲଗଡ, ଖଣ୍ଡଗିରି. ପୁରୁଣା ଭୁବନେଶ୍ୱର ଓ ନୟାପଲ୍ଲୀରୁ ଏକାଧିକ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି । ଯାହାକି ଉଭୟ ପ୍ରଶାସନ ଓ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/29-3.jpg)