ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ : ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

201

କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । ହାଙ୍ଗଝୌରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ । ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଭାରତକୁ ୨୫ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ମିଳିଛି । ୧୪ଦିନରେ ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ହରାଇଲା ଭାରତ ।

ସେହିପରି ତୀରନ୍ଦାଜୀରେ ଭାରତକୁ ୪ଟି ପଦକ ମିଳିଛି । ଓଜାସ ପ୍ରବୀଣ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଓଜାସଙ୍କ ଠାରୁ ହାରି ଅଭିଷେକ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପକ୍ଷରେ ତୀପନ୍ଦାଜୀରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସ୍ୱର୍ଣ୍ଣ ଜିତିଛନ୍ତି । ଏଥିରେ ସେ ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି । ସମାନ ବର୍ଗରେ ଅଦିତି ଗୋପୀଚାନ୍ଦ ବ୍ରୋଞ୍ଜ ଜିତିଛନ୍ତି ।