ବର୍ତ୍ତମାନ ସମୟରେ ଲୋକ ଅଧିକ ଆମିଷ ଖାଇବାକୁ ପସନ୍ଦ କରୁଛନ୍ତି । ଚିକେନ୍ ଏବଂ ମଟନ୍ ଖାଇବାରେ ନଥିଲେ ପେଟକୁ ଖାଦ୍ୟ ହିଁ ଯାଉନି । ପୂର୍ବ ସମୟରେ ଏଥିରେ ସନ୍ତୁଳନ ରହୁଥିଲା ସପ୍ତାହରେ ଥରେ କିମ୍ବା ଦୁଇଥର ଲୋକ ଆମିଷ ଭୋଜନ କରୁଥିଲେ କିନ୍ତୁ ଏବେ ପ୍ରତିଦିନର ଭୋଜନରେ ଚିକେନ୍ ଏବଂ ମଟନ୍ ସାମିଲ ହେବା ଯେଭଳି ଅନିବାର୍ଯ୍ୟ । ତେବେ ବଡ ସୁଆଦିଆ ଲାଗୁଥିବା ଏହି ଖାଇବା ଶରୀର ପ୍ରତି ଯେ କେତେ କ୍ଷତିକାରକ ଆପଣ ଜାଣିଛନ୍ତି ।
ଚିକେନ୍ ଏବଂ ମଟନ୍ ଶରୀର ପାଇଁ କ୍ଷତିକାରକ ଯାହାର କାରଣ ରୋଗ ଦାଉରୁ ଛେଳି,କୁକୁଡାଙ୍କୁ ଦିଆଯାଉଥିବା ଆଣ୍ଟିବାୟୋଟିକ୍ । ଯେତେବେଳେ ଛେଳି,କୁକୁଡାଙ୍କୁ ରୋଗ ହୋଇଯାଏ ତାଙ୍କ ଦେହରେ ବ୍ୟାକ୍ଟେରିଆ ଘର କରିଥାନ୍ତି । ଏଥିରୁ ବଞ୍ଚାଇବା ପାଇଁ ତାଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଏ । କିନ୍ତୁ ଏହି ଆଣ୍ଟିବାୟୋଟିକର ବ୍ୟାକ୍ଟେରିଆ ଉପରେ କୌଣସି ପ୍ରଭାବ ପଡିନଥାଏ । ଯେତେବେଳେ ଲୋକ ଏହି ମାଂସକୁ ଖାଇଥାନ୍ତି ତାଙ୍କ ଶରୀରରେ ଏହି ବ୍ୟାକ୍ଟେରିଆ ପ୍ରବେଶ କରେ ଏବଂ ତାଙ୍କ ଉପରେ ଆଣ୍ଟିବାୟୋଟିକ୍ ର ପ୍ରଭାବ ପଡିନଥାଏ ।
ବଜାରରେ ମିଳୁଥିବା ଚିକେନ୍ ଏବଂ ମଟନ୍ କୁ ରୋଗ ଦାଉରୁ ସୁରକ୍ଷିତ ରଖିବା ପାଇଁ ଆଣ୍ଟିବାୟୋଟିକ୍ ର ବ୍ୟବହାର କରାଯାଇଥାଏ । ଏହାର ଅଧିକ ସେବନ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଏହି ବ୍ୟାକ୍ଟେରିଆ ଆପଣଙ୍କ ଶରୀରରେ ପ୍ରବେଶ କରିଯାଏ । ବଜାରରେ ମିଳୁଥିବା ବଇଲର୍ କୁକୁଡାରେ ଏହି ରୋଗ ଅଧିକ ଦେଖାଯାଏ ତେଣୁ ଯେତେ ସମ୍ଭବ କମ୍ ମାଂସ ଖାଇବାକୁ ଚେଷ୍ଟା କରନ୍ତୁ ନଚେତ୍ ଦେଶୀ କୁକୁଡା ମାଂସ ଖାଆନ୍ତୁ । ଏହାର କାରଣ ଏଥିରେ ବଇଲର୍ ଠାରୁ କମ୍ ମାତ୍ରାରେ ଆଣ୍ଟିବାୟୋଟିକ୍ ତଥା ମେଡିସିନ୍ ର ବ୍ୟବହାର ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/Capture-29.jpg)
/kanak/media/post_attachments/wp-content/uploads/2018/12/eating-lots-of-chicken-1500026286-lb-300x172.jpg)
/kanak/media/post_attachments/wp-content/uploads/2018/12/maxresdefault-19-300x169.jpg)