କୁମ୍ଭ ମେଳାରେ ୧୦ହଜାର ସଫେଇକର୍ମୀ ଏକା ସାଙ୍ଗରେ ଝାଡୁ ଲଗାଇ ସୃଷ୍ଟି କଲେ ବିଶ୍ୱ ରେକର୍ଡ

73

ପ୍ରୟାଗରାଜରେ ଚାଲୁଥିବା କୁମ୍ଭ ମେଳାରେ ଶନିବାର ଦିନ ୧୦,୦୦୦ ସଫେଇକର୍ମୀ ଏକା ସହିତ ସଫେଇ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମ ଥର ଏମିତି ହୋଇଛି କି, ଯେବେ ୫ ଭିନ୍ନ ଭିନ୍ନ ସ୍ଥାନରେ ଏତେ ସଂଖ୍ୟାରେ କର୍ମଚାରୀମାନେ ଏକାସାଙ୍ଗରେ ମିଶି ଝାଡୁ କରିଛନ୍ତି । ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହଙ୍କ ନେତୃତ୍ୱରେ ସଫେଇକର୍ମୀ କୁମ୍ଭ କ୍ଷେତ୍ରର ନାଲି ସଡକ ପ୍ୟାରେଡ୍ ପଡିଆ, ସଙ୍ଗମ ଲୋଅର ମାର୍ଗ ଝୁଂସି, କୈଳାଶପୁରୀ ମାର୍ଗ ଦାରାଗଂଜ ଓ ସଂକଟ ମୋଚନ ମାର୍ଗ ନୈନୀରେ ସଫେଇ ଅଭିଯାନ କରାଗଲା । ପ୍ରଥମ ଥର ଏତେ ଅଧିକ ସଂଖ୍ୟାରେ ସଫେଇ କର୍ମୀ ଏକା ସାଙ୍ଗରେ ଝାଡୁ କରିବା ଆରମ୍ଭ କରିଛନ୍ତି ।

ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡର ଋଷିରାଜ କହିଛନ୍ତି କି, ତାଙ୍କ ମାନକ ଅନୁସାରେ, ୭୦୨୧ ସଫେଇକର୍ମୀ ଯଦି ଗୋଟିଏ ସ୍ଥାନରେ ସଫେଇ କରିଦେଉଛନ୍ତି, ତେବେ ତାହା ରେକର୍ଡ ହେବ । ଏହାପୂର୍ବରୁ ଏହି ରେକର୍ଡ ବାଙ୍ଗଲାଦେଶ ନାଁରେ ଥିଲା । ଢ଼ାକାରେ ଗୋଟିଏ ସ୍ଥାନରେ ୭୦୦୦ ଲୋକ ସଫେଇ କାମ କରିଥିଲେ । କିନ୍ତୁ କୁମ୍ଭରେ ୫ଟି ସ୍ଥାନରେ ୧୦ହଜାର ସଫେଇ କର୍ମଚାରୀ ଏକା ସାଙ୍ଗରେ ସଫେଇ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।