କନକ ବ୍ୟୁରୋ : ଭୃଣ ହତ୍ୟା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ । ଭୃଣ ନିରୁପଣ ସଂପର୍କରେ ପ୍ରଶାସନକୁ ପ୍ରାକ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଦେବ ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କଲାଙ୍ଗେ ସୂଚନା ଦେଇଛନ୍ତି । ଏହାସହ ଭୃଣ ନିରୂପଣ ସଂପର୍କରେ ପ୍ରଶାସନକୁ ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖାଯିବ । ଲିଙ୍ଗ ଅନୁପାତରେ ସନ୍ତୁଳନ ରକ୍ଷା କରିବା ପାଇଁ ଏଭଳି ଅଭିନବ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ପୂର୍ବରୁ ଏନେଇ ଜିଲ୍ଲାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ କ୍ରିୟାଶିଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ଏକ ପଦକ୍ଷେପ ନେଇଛି । ଜିଲ୍ଲାର କୌଣସି ସ୍ଥାନରେ ଲିଙ୍ଗ ନିରୂପଣ କରାଯାଉଥିଲେ ତାକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ । ଆଉ ଏହି ଘୋଷଣା ପ୍ରଶାସନକୁ ଏଥିପାଇଁ ସହଯୋଗ କରିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/Ganjam-Collecter.jpg)