ଭକ୍ତଙ୍କ ଦାନ ପାଇଲେନି ଭଗବାନ ; ନଷ୍ଟ ହେଲା ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ

ଭକ୍ତଙ୍କ ଦାନ ପାଇଲେନି ଭଗବାନ ; ନଷ୍ଟ ହେଲା ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ

କନକ ବ୍ୟୁରୋ: ଭଗବାନ ପାଇଲେନି ଭକ୍ତଙ୍କ ଦାନ। ନଷ୍ଟ ହୋଇଗଲା ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ। ଟ୍ରକ୍ ଯୋଗେ ବାହାରକୁ ନିଆଯାଉଛି ବସ୍ତା ବସ୍ତା ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସାରା ଓଡିଶାରୁ ସଂଗ୍ରହ ହୋଇଥିଲା ଅର୍ପଣ ଚାଉଳ। ୧୪ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ ହୋଇଥିଲା। ସେଥିରୁ ୪ ହଜାର କୁଇଣ୍ଟାଲ ଚାଉଳ ବ୍ୟବହାର ହୋଇଛି। ବଳକା ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହୋଇଯାଇଛି। ସେହି ଚାଉଳରେ ଆଉ ଭୋଗ ଲାଗି ହୋଇପାରବ ନାହିଁ। ତେଣୁ ସେହି ଚାଉଳକୁ ବାହାରକୁ ନିଆଯାଉଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିର ସହ ଚାଉଳ ଓ ଗୁଆ ଅର୍ପଣ କରିଥିଲେ ରାଜ୍ୟବାସୀ। ହେଲେ ଏହାକୁ ଉପଯୁକ୍ତ ମର୍ୟ୍ୟାଦା ଦିଆଯାଇପାରିଲା ନାହିଁ। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe