କନକ ବ୍ୟୁରୋ: ଖତ ଖାଇଗଲା ଭକ୍ତଙ୍କ ଦାନ ଚାଉଳ। ‘ଅର୍ପଣ ଚାଉଳ’ରେ ଲାଗି ପାରିବନି ଭୋଗ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସାରା ଓଡିଶାରୁ ସଂଗ୍ରହ ହୋଇଥିଲା ‘ଅର୍ପଣ ଚାଉଳ’। ୧୪ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ ହୋଇଥିଲା। ସେଥିରୁ ୪ ହଜାର କୁଇଣ୍ଟାଲ ଚାଉଳ ବ୍ୟବହାର ହୋଇଛି। ବଳକା ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହୋଇଯାଇଛି। ସେହି ଚାଉଳରେ ଆଉ ଭୋଗ ଲାଗି ହୋଇପାରବ ନାହିଁ। ସୁଆର ମହାସୁଆର ନିଯୋଗ ଏଭଳି କହିବା ପରେ ଭକ୍ତଙ୍କ ଭାବାବେଗକୁ ଶକ୍ତ ଆଘାତ ଲାଗିଛି। ଚାଉଳ ଆଉ ଭୋଗ ଉପଯୋଗୀ ନଥିବାରୁ କୌଣସି ଏନଜିଓ ସଂସ୍ଥାକୁ ଦେବାପାଇଁ ପ୍ରସ୍ତାବ ଦେଇଛି ସୁଆର ମହାସୁଆର ନିଯୋଗ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us