ମାସ୍କ ନପିନ୍ଧିଲେ ହଜାରେ ଫାଇନ୍ । ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ଜରିମାନା । ଗଞ୍ଜାମରେ ଲାଗୁ ହେଲା କଟକଣା

2,249

କନକ ବ୍ୟୁରୋ: ମାସ୍କ ନପିନ୍ଧିଲେ ପଡିବ ଫାଇନ । ବିନା ମାସ୍କରେ ବାହାରକୁ ବାହାରୁଥିଲେ ଦେବାକୁ ପଡିବ ଜରିମାନା । କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର କଡା ନିଷ୍ପତ୍ତି । ବିନା ମାସ୍କରେ ଘରୁ ବାହାରିଲେ ହଜାର ଟଙ୍କା ଦେବେ । ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ହଜାରେ ଟଙ୍କା ଜରିମାନା ଦେବେ ।

ସେହପରି ଗ୍ରାମାଞ୍ଚଳରେ ମାସ୍କ ନପିନ୍ଧିଲେ ଲୋକଙ୍କ ଉପରେ ପଡିବ ୫୦୦ ଟଙ୍କାର ଫାଇନ । ମାସ୍କ ପିନ୍ଧିବା ନେଇ ଗଞ୍ଜାମ ଜିଲ୍ଲାରେ କଡାକଡି ହେଲା ନିୟମ । ତେବେ ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ଆପଣ ରୁମାଲ କିମ୍ବା କୌଣସି କପଡା ବ୍ୟବହାର କରି ଘରୁ ବାହାରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ।