ରାସନ୍ କାର୍ଡଧାରୀଙ୍କୁ ମିଳିବ ଏକ ହଜାର ଟଙ୍କା: ଟଙ୍କା ବଣ୍ଟନ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

Advertisment
ରାସନ୍ କାର୍ଡଧାରୀଙ୍କୁ ମିଳିବ ଏକ ହଜାର ଟଙ୍କା: ଟଙ୍କା ବଣ୍ଟନ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ: କରୋନା ପାଇଁ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ଏକ ହଜାର ଟଙ୍କା ଲେଖାଏ ସହାୟତା ମିଳିବ ବୋଲି ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହି ଅନୁଯାୟୀ ଏହି ଅର୍ଥ ବଣ୍ଟନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଗତକାଲି ବିଭାଗୀୟ ସଚିବ ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଅର୍ଥ ବଣ୍ଟନ ତୁରନ୍ତ ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଅର୍ଥ ପାଇବେ। ଉଭୟ ଯୋଜନାରେ ଏବେ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୯୪,୧୫,୦୮୩। ଏହା ବାଦ୍ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୧,୩୬,୬୧୨ ଜଣ ନୂଆ ହିତାଧିକାରୀ ତାଲିକାଭୁକ୍ତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ଏକ ହଜାର ଟଙ୍କା ଲେଖାଏ ସହାୟତା ମିଳିବ।

ଏ ବାବଦକୁ ମୋଟ୍ ୯୫୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ଆକଳନ କରାଯାଇଛି। ସେହି ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ଥିବା ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଯୋଗାଣ ବିଭାଗ ଏହି ଅର୍ଥ ଭରଣା କରିବ ବୋଲି ସଚିବ ଜଣାଇଛନ୍ତି। ପ୍ରତିଦିନ କେତେ ପରିମାଣର ଅର୍ଥ ବଣ୍ଟାଗଲା, ତାହାର ବିବରଣୀ ଜିଲ୍ଲା ଯୋଗାଣ ଅଧିକାରୀ ବିଭାଗକୁ ଜଣାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe