କୃଷକ କଲେ ବିଶ୍ୱ ରେକର୍ଡ । ଜମିରେ ଫଳାଇଲେ ବିଶ୍ୱର ସବୁଠାରୁ ଓଜନିଆ କଖାରୁ । 

229

କନକ ବ୍ୟୁରୋ : ରେକର୍ଡ କଲେ କୃଷକ । କୃଷକଙ୍କ ପରିଶ୍ରମ ଓ ଯତ୍ନ ଯୋଗୁଁ ତାଙ୍କ ଜମିରେ ଫଳିଛି ବିଶ୍ୱର ସବୁଠାରୁ ଓଜନିଆ କଖାରୁ । ମିଳିଥିବା ସୂଚନା ମୁତାବକ ଏହି ଆମେରିକୀୟ କୃଷକଙ୍କ କଖାରୁର ଓଜନ ପ୍ରାୟ ଦଶ କ୍ୱିଣ୍ଟାଲ ହୋଇଥିବାବେଳେ ଏହି କଖାରୁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହି କଖାରୁର ଫଟୋ ପୋଷ୍ଟ ହେବା ମାତ୍ରେ ଏଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି କଖାରୁର ଆକାର ଏବଂ ଓଜନ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆମେରିକାର ଓହିଓରେ ଏଭଳି ଏକ କଖାରୁ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଦୁଇ ଜଣ କୃଷକ ଏହି କଖାରୁ ଉତ୍ପାଦନ କରିଛନ୍ତି । ଦୁଇ କୃଷକଙ୍କ ନାମ ଟଡ୍ ଏବଂ ଡୋନା ସ୍କିନର୍ ହୋଇଥିବାବେଳେ ଉଭୟ ଗତ ୩୦ ବର୍ଷ ଧରି କଖାରୁ ଚାଷ କରିଆସୁଛନ୍ତି । ଉଭୟ କୃଷକ ଚାହୁଁଥିଲେ ଯେ କିଭଳି ତାଙ୍କ ଜମିରେ ସବୁଠାରୁ ବଡ କଖାରୁ ଚାଷ କରାଯାଇପାରିବ ।

ଏହି ଚେଷ୍ଟାରେ ସେମାନେ ଲାଗିପଡ଼ିଥିଲେ । ଆଉ ଶେଷରେ ସେମାନଙ୍କର କଠିନ ପରିଶ୍ରମ ଯୋଗୁଁ ତାଙ୍କ ଜମିରେ ୨୧୬୪ ପାଉଣ୍ଡ ଅର୍ଥାତ ୧୦୦୦ କିଲୋଗ୍ରାମର କଖାରୁ ଫଳିଥିଲା । ଯେତେବେଳେ ଡବଲିନରେ ଚାଲିଥିବା ପନିପରିବା ପ୍ରତିଯୋଗିତାରେ କଖାରୁ ପ୍ରଦର୍ଶନ କରିଥିଲେ, ଏହା ବିଶ୍ୱ ରେକର୍ଡରେ ସାମିଲ ହୋଇଥିଲା ।