କନକ ବ୍ୟୁରୋ : ଚୋରି, ଡକାୟତି, ଲୁଟ୍ ଭଳି ସମସ୍ତ ଅପରାଧିକ ଘଟଣା ଯେତେବେଳେ ଘଟେ, ସେତେବେଳେ ଲୋକେ ଥାନାରେ ଅଭିଯୋଗ କରିଥାନ୍ତି । କିନ୍ତୁ ଥରେ ଭାବନ୍ତୁ, ଯଦି ଥାନାରୁ ହିଁ ଚୋରି ହୋଇଯାଏ । ତାହା ପୁଣି ଏମିତି ସେମିତି ଜିନିଷ ନୁହେଁ, ଥାନା ଭିତରୁ ଚୋରି ହୋଇଯାଇଛି ୧୦୦୦ କିଲୋଗ୍ରାମର ଅଫିମ । ରାଜସ୍ଥାନରୁ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ।

Advertisment

ଘଟଣାଟି ଘଟିଥିଲା ଚଳିତବର୍ଷ ଏପ୍ରିଲ ମାସରେ । ପାଖାପାଖି ୬ ମାସ ପର୍ଯ୍ୟନ୍ତ ଏହି କଥାକୁ ଲୁଚାଇ ରଖିଥିଲେ ପୋଲିସ କର୍ମଚାରୀମାନେ । ଏହି ମାମଲାଟି ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ପୋଲିସ ୨୫ ଦିନ ପୂର୍ବରୁ ଏଫଆଇଆର ଦାଖଲ କରିଥିଲା । ଆଉ ଏହି ଏଫଆଇଆରର କପି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସାମ୍ନା ଆସିଥିଲା ସବୁ ସତ ।

ଏହି ଘଟଣା ହେଉଛି ରାଜସ୍ଥାନ ବାଡମେରର ପଚପଦରା ଥାନାର । ପାଖାପାଖି ୧୦୦୦ କିଲୋର ଅଫିମ ଥାନାର ମାଲଖାନାରେ ରଖାଯାଇଥିଲା । ତେବେ ୬ ମାସ ପୂର୍ବରୁ ଏହାକୁ ଥାନା ଭିତରୁ ଚୋରି କରିନେଇଥିଲେ ଦୁବୃର୍ତ୍ତ । କିନ୍ତୁ ଥାନା ଅଧିକାରୀ ଏହି ଘଟଣାକୁ ଲୁଚାଇ ରଖିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ, ଘଟଣାର ସବିଶେଷ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଡମେରର ଏସପି ।