ରାଜ୍ୟରେ ୧ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୮୭୯ ଜଣ ସଂକ୍ରମିତ ଚିହ୍ନଟ ୨୪୬ ସୁସ୍ଥ । ଖୋର୍ଦ୍ଧାରୁ ସର୍ବାଧିକ

Advertisment
ରାଜ୍ୟରେ ୧ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୮୭୯ ଜଣ ସଂକ୍ରମିତ ଚିହ୍ନଟ ୨୪୬ ସୁସ୍ଥ । ଖୋର୍ଦ୍ଧାରୁ ସର୍ବାଧିକ

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ସରକାରୀ ସଚେତନତା, କଣ୍ଟେନମେଣ୍ଟ ଜୋନ, ରାତ୍ରୀକାଳୀନ କର୍ଫ୍ୟୁ ଏସବୁ ଭିତରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବା ବେଳେ ୩୬୧ ଲୋକାଲ କେସ ରହିଛି । ଏନେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ ଅନୁଗୁଳ ୨୦, ବାଲେଶ୍ୱର ୨୨, ବରଗଡ ୫୩, ଭଦ୍ରକ ୧୭, ବଲାଙ୍ଗୀର ୨୬, ବୌଦ୍ଧ ୧୭, କଟକ ୫୦, ଦେବଗଠ ୧, ଗଜପତି ୧୦, ଗଞ୍ଜାମ ୩୧, ଜଗତସିଂହପୁର ୨, ଯାଜପୁର ୨୫, ଝାରସୁଗୁଡା ୨୩, କଳାହାଣ୍ଡି ୪୩, କନ୍ଧମାଳ ୫, କେନ୍ଦ୍ରାପଡା ୯, କେନ୍ଦୁଝର ୨୫, ଖୋର୍ଦ୍ଧା ୧୪୪, କୋରାପୁଟ ୫, ମୟୁରଭଞ୍ଜ ୨୯, ନବରଙ୍ଗପୁର ୧୯, ନୟାଗଡ ୬, ନୂଆପଡା ୬୧, ପୁରୀ ୪୫, ରାୟଗଡା ୧୩, ସମ୍ବଲପୁର ୪୮, ସୋନପୁର ୨, ସୁନ୍ଦରଗଡ ୧୩୧, ଷ୍ଟେଟପୋଲ ୩୨ ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୫୫୨୬ କୁ ବୃଦ୍ଧି ପାଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୩୩୮୬୬୨ ଜଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe