ରାମ ମନ୍ଦିର ନିର୍ମାଣ ପାଇଁ ଦେଶବାସୀଙ୍କ ଆକୁଣ୍ଠ ଚିତ୍ତରେ  ଦାନ । ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଛି ୧ ହଜାର କୋଟି । ସେପଟେ ଦାନ ଅର୍ଥ ହିସାବରେ ନାହିଁ ତାଳମେଳ

408

କନକ ବ୍ୟୁରୋ : ଅଯୋଧ୍ୟାରେ ନିର୍ମାଣ ହେବ  ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିବାକୁ ଦେଶସାରା ଦେଢ ଲକ୍ଷ ଟୋଲି କାର୍ଯ୍ୟ କରୁଛନ୍ତି । ଏହାସହ ଲୋକଙ୍କ ଠାରୁ ଆଦାୟ ହେଉଥିବା ଟଙ୍କାକୁ ବ୍ୟାଙ୍କରେ ଜମା କରିବାର ଦାୟିତ୍ୱ ନେଇଛନ୍ତି ୩୭ ହଜାର ଲୋକ ।

ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତି ରାୟଙ୍କ ସୂଚନା ମୁତାବକ ରାମ ମନ୍ଦିର ନିର୍ମାଣ ପାଇଁ ମାସକରୁ କମ୍ ସମୟ ମଧ୍ୟରେ ପାଖା ପାଖି ୧ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି । ଆହୁରି ମଧ୍ୟ ଅନେକ ଦାତାଙ୍କ ଦାନ ଅର୍ଥ ବ୍ୟାଙ୍କ ଖାତାକୁ ଆସିପାରି ନାହିଁ ବୋଲି ସେ କହିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୧.୫ ଲକ୍ଷ ସେବକ ଘରକୁ ଘର ବୁଲି ଏହି ପାଣ୍ଠି ସଂଗ୍ରହ କରୁଛନ୍ତି । ସେପଟେ ମନ୍ଦିର ନିର୍ମାଣ ପାଇଁ ୫ ମିଟର ଖନନ କାର୍ଯ୍ୟ ଶେଷ ହୋଇଥିବା ଶ୍ରୀ ରାୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପାଇଁ ୨୦୧୪ ମସିହାରୁ ଅର୍ଥ ଆଦାୟ ଚାଲିଛି । ହେଲେ ବାସ୍ତବରେ କେତେ ଟଙ୍କା ଟ୍ରଷ୍ଟର ଖାତାକୁ ଆସିଛି ତାହା ନେଇ କିଛି ସ୍ପଷ୍ଟ ଚିତ୍ର ଆସିପାରୁ ନାହିଁ । ଫଳରେ ରାମ ମନ୍ଦିର ପାଇଁ ଆସୁଥିବା ଦାନ ଅର୍ଥକୁ ଟ୍ରଷ୍ଟର ସଦସ୍ୟ ମାନେ ହେରଫେର କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।