କନକ ବ୍ୟୁରୋ: ଋତୁକାଳୀନ ଫସଲକୁ ସୁରକ୍ଷିତ ରଖିବାକୁ ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦୦ ଶୀତଳ ଭଣ୍ଡାର । ଏଥିରେ ୧୦ରୁ  ୧୫ ମେଟ୍ରିକ୍ ଟନ୍ ଫସଲ  ରଖାଯାଇପାରିବ ।  ଏସବୁ ଶୀତଳ ଭଣ୍ଡାର ସୋଲାର ଶକ୍ତିରେ ପରିଚାଳିତ ହେବ  । ଏନେଇ ପ୍ରକ୍ରିୟା ଅରମ୍ଭ ହୋଇଯାଇଛି । ଏହି ସୂଚନା ଦେଲେ କୃଷି ସଚିବ ଅରବିନ୍ଦ ପାଢୀ ।

Advertisment

ପ୍ରଥମେ  ଫସଲର ବିବିଧିକାରଣ ଅର୍ଥ ଧାନ ଫସଲ ବାଦ୍ ଅନ୍ୟ ଅର୍ଥକାରୀ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । ଅଧିକ ଉତ୍ପାଦନ ପାଇଁ  କୃଷି ଯନ୍ତ୍ରପାତି ଉପରେ ଗୁରୁତ୍ୱ ସହ , କୃଷି ଉଦ୍ୟୋଗୀକରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି ।  ।

 କୃଷି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ କରିବାକୁ ସରକାର ବିଭିନ୍ନ ପ୍ରକାର ମିଶନ ଆରମ୍ଭ କରିଛନ୍ତି । ରାଜ୍ୟରେ ମିଲେଟ ମିଶନ ସହ ମସୃମ ମିଶନ୍, କଫି ମିଶନ୍ ଚାଲିଛି । ଚାଷୀଙ୍କର ଆୟ ବଢାଇବା ଉଦ୍ୟେଶ୍ୟରେ ଏହିସବୁ ମିଶନ୍ ସରକାର ଆରମ୍ଭ କରିଛନ୍ତି । ଓଡିଶା ଦଶନ୍ଧି ଭିତରେ ରାଇସ୍ ସରପ୍ଲସ୍ ରାଜ୍ୟ ଭାବେ ଉଭା ହୋଇପାରିଛି । ଏହାସହ ପରିବା ଓ  ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ମଧ୍ୟ ରାଜ୍ୟ ଅନ୍ୟ ମାନଙ୍କ ଠାରୁ ଆଗୁଆ ଅଛି ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।

ଚଳିତ କୃଷି ମେଳାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ରାଜ୍ୟ ଓ ରାଜ୍ୟ ବାହରରର କୃଷି ବିଶେଷଜ୍ଞଙ୍କ ସହ ଅନେକ ଅଗ୍ରଣୀ ଚାଷୀ ଏହି ମେଳାରେ ଯୋଗ ଦେଇ ଆଧୁନିକ ଜ୍ଞାନ କୌଶଳ ସହ ଚାଷୀମାନେ ନିଜର ଅଭିଜ୍ଞତା କହିଥିଲେ । ଏହି ମେଳାରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ୪ ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି ।