ଶହେ ବର୍ଷର ସ୍ୱାଭିମାନୀ । ଥକି ନାହାନ୍ତି ଶତାୟୁ ମଣିଷ, ବୟସର ଅପରାହ୍ନରେ ଥିଲେ ବି ରୋଜଗାରକ୍ଷମ କୋରାପୁଟର ମୋହନ ବେହେରା

42

କନକ ବ୍ୟୁରୋ : ବୟସ ଶହେ ଟପିଗଲାଣି । ତଥାପି ଥକି ନାହାଁନ୍ତି । ବୟସର ଅପରାହ୍ନରେ ବି ନଇଁ ପଡିନାହାନ୍ତି ଏହି ଶତାୟୁ ମଣିଷଟି । କାହା ଆଗରେ ହାତ ନପାତି ପ୍ରତିଦିନ ସାଇକେଲ୍ ମରାମତି କରି ପେଟ ପୋଷୁଛନ୍ତି । କମାଉଛନ୍ତି ଦୁଇ ଶହ ଟଙ୍କା । କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ସକ୍ଷମ ଭାବେ ବଂଚିଛନ୍ତି କୋରାପୁଟ ଜ଼ିଲ୍ଲା ସୁନାବେଡା ଏଇଏଫ୍ ବଜାରର ମୋହନ ବେହେରା । ଏଇଏଫ ବଜାର ରେ ପାଂଚ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ମୋହନଙ୍କ ପରିବାର । ସ୍ତ୍ରୀ ଓ ଦୁଇ ପୁଅ ଆରପାରି କୁ ଚାଲି ଗଲେଣି । ବାକି ତିନି ପୁଅ ବ୍ୟବସାୟ ବାଣିଜ୍ୟ କରି ପରିବାର ଚଳାଉଛନ୍ତି । କାହାରି ଉପ ରେ ମୋହନ ନୀର୍ଭରଶୀଳ ହୁଅନ୍ତି ନାହିଁ । ମୋହନ ଏଇଏଫ ବଜାରରେ ସାଇକେଲ୍ ଦୋକାନ କରି ପରିବାର ଚଳାଉଥିବା ବେଳେ ଏବେ ବି ଅଛି ସେହି ସାଇକେଲ ଦୋକାନ । ଦିନକୁ ଦଶରୁ କୋଡ଼ିଏ ସାଇକେଲ୍ ମରାମତି କରି ଏବେ ବି ଫିଟ୍ ଥିବାର ପ୍ରମାଣ ଦେଇଛନ୍ତି ମୋହନ ।

ନିଜ କୌଳିକ ବୃତିକୁ ଛାଡ଼ି ପାରିନାହାନ୍ତି ମୋହନ । ସ୍ୱଳ୍ପ ଆୟରେ ସନ୍ତୁଷ୍ଟ ମୋହନ ବୟସ ଶହେ ଟପିବା ପରେ ମଧ୍ୟ ଅଧିକାଂଶ ସମୟ ସାଇକେଲ ଦୋକାନରେ ସମୟ ବିତାନ୍ତି । ଦିନକୁ ଦୁଇ ଶହ ଟଙ୍କା ରୋଜଗାର କରୁଛନ୍ତି । ଏବେର ଯୁବପିଢ଼ି ଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ଶତାୟୁ ମୋହନ । ବୟସ ଏକ ଗଣତି ସଂଖ୍ୟା ମାତ୍ର ମନୋବଳ ସଶକ୍ତ ଥିଲେ ସବୁ ସମ୍ଭବ ବୋଲି ମୋହନ କହିଛନ୍ତି । ଅନ୍ୟ ଉପରେ ନିର୍ଭର ନକରି ନିଜେ ଆତ୍ମନିର୍ଭରଶୀଳ ହେବାର ମଜା ଅଲଗା । ନିଜେ ପରିଶ୍ରମ କରି ଅନ୍ୟକୁ ମଧ୍ୟ ନିଜେ ସ୍ୱାବଲ୍ମବୀ ଓ ସ୍ୱାଭିମାନର ସହ ବଂଚିବାକୁ ପରାମର୍ଶ ଦିଅନ୍ତି । ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ଜୀଉଁତିବା ବେଳେ ଆଖପାଖ ଅଂଚଳରେ ବେଶ ପିୟ ହୋଇପାରିଛନ୍ତି ମୋହନ ।

ଅନ୍ୟ ଉପରେ ନିର୍ଭର ନକରି ନିଜ ବଂଚିବାର ରାହା ଖୋଜି ଜୀବନ ଜୀଉଁଥିବା ଶତାୟୁ ମଣିଷ ମୋହନ ବେହେରା ଅନ୍ୟ ପାଇଁ ପାଳଟିଛନ୍ତି ବଡ ଉଦାହରଣ ।