ସମସ୍ତ କେବୁଲ ଟିଭି ଉପଭୋକ୍ତା ଆପଣାଇସାରିଛନ୍ତି ନୂଆ ଚ୍ୟାନେଲ ବ୍ୟବସ୍ଥା, ଏବେ ବି ପଛରେ ଅଛନ୍ତି ଡିଟିଏଚ ୟୁଜର୍ସ

ସମସ୍ତ କେବୁଲ ଟିଭି ଉପଭୋକ୍ତା ଆପଣାଇସାରିଛନ୍ତି ନୂଆ ଚ୍ୟାନେଲ ବ୍ୟବସ୍ଥା, ଏବେ ବି ପଛରେ ଅଛନ୍ତି ଡିଟିଏଚ ୟୁଜର୍ସ

source : Zee Business

ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ କହିଛି କି, ପାଖାପାଖି ସମସ୍ତ କେବୁଲ ଟିଭି ଉପଭୋକ୍ତା ନୂଆ ଶୁଳ୍କ ବ୍ୟବସ୍ଥା ଅଧିନରେ କିମ୍ବା ନିଜ ପସନ୍ଦ ମୁତାବକ, ଚ୍ୟାନେଲ ଗୁଡିକର ଚୟନ କରିସାରିଛନ୍ତି ଏବଂ ନିଜ ଚ୍ୟାନେଲର ସବୁଠାରୁ ଭଲ ପ୍ୟାକେଜକୁ ଆପଣାଇଛନ୍ତି । ଟ୍ରାଇ କହିଛି କି, ସେବା ପ୍ରାପ୍ତ କରୁଥିବା ଉପଭୋକ୍ତା ଏହାର ସୂଚନା ଦେଇଛନ୍ତି । ଟ୍ରାଇ ବିତରଣ ପ୍ଲାଟଫର୍ମର ମାଲିକଙ୍କ ସହିତ ବୈଠକ କରିଛନ୍ତି । ବୈଠକରେ ମଲ୍ଟି ସିଷ୍ଟମ ଅପରେଟର ଓ ସମସ୍ତ ପ୍ରମୁଖ ଡିଟିଏଚ୍ କମ୍ପାନୀ ସାମିଲ ଅଛି ।

publive-image

ଟ୍ରାଇର ସଚିବ କହିଛନ୍ତି କି, ସେବା ପ୍ରାପ୍ତକାରୀଙ୍କ ସୂଚନାନୁସାରେ, ଡିଟିଏଚ୍ ମାମଲାରେ ୪୩% ଉପଭୋକ୍ତା ନିଜ ପସନ୍ଦର ଚ୍ୟାନେଲ ଚୟନ କରିସାରିଛନ୍ତି । ସେ କହିଛନ୍ତି କି, ଏଥିରେ ଉପଯୁକ୍ତ ପ୍ୟାକେଜ ଚୟନ କରୁଥିବା ଉପଭୋକ୍ତାଙ୍କୁ ମଧ୍ୟ ସାମିଲ କଲେ, ଏହି ଆକଳନ ୫୭% ହୋଇଯାଏ । ନିୟାମକ ସମସ୍ତ ବଡ ଡିପିଓ ସହିତ ଉପଭୋକ୍ତାଙ୍କ ନୂଆ ବ୍ୟବସ୍ଥା ଆପଣାଇବାର ସମୀକ୍ଷା କରିଛି ।

ଡିପିଓ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ପାଖାପାଖି ୧୦୦% କେବୁଲ ଟିଭି ଉପଭୋକ୍ତା ନୂଆ ଶୁଳ୍କ ବ୍ୟବସ୍ଥାକୁ ଆପଣାଇସାରିଛନ୍ତି । ଡିଟିଏଚ ମାମଲାରେ ୪୩% ଉପଭୋକ୍ତା ନୂଆ ବ୍ୟବସ୍ଥାରେ ସାମିଲ ହୋଇସାରିଛନ୍ତି । ଡିଟିଏଚ୍ କମ୍ପାନୀ ଟ୍ରାଇକୁ ଜଣାଇଛନ୍ତି କି, ପ୍ରିପେଡ୍ ସେବାର ସମସ୍ତ ଉପଭୋକ୍ତା ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ନୂଆ ବ୍ୟବସ୍ଥାରେ ସାମିଲ ହୋଇଯିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe