ମାଲକାନାଗିରି ଘଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା । ଯୁକ୍ତ ଦୁଇ ବିଜ୍ଞାନରେ ଶତ ପ୍ରତିଶତ ଫଳାଫଳ

41

କନକ ବ୍ୟୁରୋ : ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମାଲକାନଗିରିର ଘଡେ଼ଇ କଲେଜର ଛାତ୍ରଛାତ୍ରୀ ଶତ ପ୍ରତିଶତ ପିଲା ପାସ କରିଛନ୍ତି। ବିଦ୍ୟାଳୟର ୫୧୧ ମାର୍କ ରଖି ସାଥି ତରଫଦ୍ଦାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିଦ୍ୟାଳୟ ୧୩୭ ଜଣ ପିଲା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେଥିରୁ ନ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ଏବଂ ୫୪ଜଣ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି।

ସେହିପରି ବିଦ୍ୟାଳୟର ସହଯୋଗୀ ଅନୁଷ୍ଠାନ ଓମ୍ ଭୂର୍ ଭୁବସ୍ଵ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୬୫ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ କରି ସଫଳତା ବଜାୟ ରଖିଛନ୍ତି।

ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଘଡାଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।