ମାଟିରେ ସାମଗ୍ରୀ ପ୍ରସ୍ତୁତ କରି ଗୁଜରାଣ ମେଣ୍ଟାଉଛନ୍ତି ୧୦୦ ରୁ ଅଧିକ କୁମ୍ଭକାର ପାରିବାର, କଞ୍ଚାମାଲର ଅଭାବ ନେଇ ଚିନ୍ତାରେ କୁମ୍ଭକାର

Advertisment
ମାଟିରେ ସାମଗ୍ରୀ ପ୍ରସ୍ତୁତ କରି ଗୁଜରାଣ ମେଣ୍ଟାଉଛନ୍ତି ୧୦୦ ରୁ ଅଧିକ କୁମ୍ଭକାର ପାରିବାର, କଞ୍ଚାମାଲର ଅଭାବ ନେଇ ଚିନ୍ତାରେ କୁମ୍ଭକାର

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମାର୍ଶାଘାଇ ବଜାରରେ ଥିବା କୁମ୍ଭାର ସାହିରେ ରହୁନ୍ତି ଶହେରୁ ଉର୍ଦ୍ଧ କୁମ୍ଭକାର । ପିଢ଼ି ପରେ ପିଢ଼ି ମାଟିରେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ଯଥା.. ମାଟି ହାଣ୍ଡି, ମାଠିଆ, କୁଣ୍ଡ, ସରା, ପଲମ, ଉଠା ଚୁଲି, କଳସ ପ୍ରସ୍ତୁତ କରି ଏମନେ ବିକ୍ରି କରନ୍ତି । ପୂଜାପର୍ବ ଓ ବିବାହ ବ୍ରତ ପାଇଁ ଆବଶ୍ୟକ ସାତ ଦୀପ, ଲଗ୍ନ ହାଣ୍ଡି ପ୍ରସ୍ତୁତ କରି ଲୋକଙ୍କ ଆବଶ୍ୟକ ଅନୁସାରେ ଯୋଗାଇ ଦିଅନ୍ତି । କୁମ୍ଭାର ସାହିରେ ମାଟି ନିର୍ମିତ ଘର କରଣା ସାମଗ୍ରୀ ସହିତ ଗଣେଷ, ଭାଲୁକୁଣୀ, ସରସ୍ୱତୀ, କାର୍ତିକେଶ୍ୱର, ମା’ ଦୁର୍ଗା ଭଳି ପ୍ରତିମୂର୍ତି ବିକ୍ରି ହୋଇଥାଏ । ଘରର ସମସ୍ତ ସଦସ୍ୟ ମିଶି ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରନ୍ତି । ଯାହା କିଛି ରୋଜଗାର ହୁଏ ସେଇଥିରେ ଚଳେ ପରିବାର ।

ଦିନକୁ ଦିନ କଂଚା ମାଲ ଅଭାବ, ପ୍ଲାଷ୍ଟିକ ଜିନିଷର ବହୁଳ ବ୍ୟବହାର ଯୋଗୁଁ ପରିଶ୍ରମ ଅନୁସାରେ ଏମାନଙ୍କୁ ପାରିଶ୍ରମିକ ମିଳୁନାହିଁ । ଆଗରୁ ମାଟି ଓ କାଠ ସହଜରେ ଉପଲବ୍ଧ ହେଉଥିଲା । ଏବେ ମାଟି ଟ୍ରିପ୍ଟେ କିଣିଲେ ୨ହଜାର ଟଙ୍କା ଦେବାକୁ ପଡ଼ୁଛି । ମାଟି ପାତ୍ର ଭାଟିରେ ପୋଡ଼ିବା ପାଇଁ କାଠ ବାବଦକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । ସେହି ଅନୁସାରେ ଜିନିଷ କିଣାବିକା ପାଇଁ ବଜାର ବ୍ୟବସ୍ଥା ନଥିରୁ କ୍ଷତି ସହୁଛନ୍ତି କାରିଗର ।

ଆଧୁନିକତାର ଚାକଚକ୍ୟ ଭିତରେ ନିଜ କୌଳିକ ବୃତିକୁ ବଂଚାଇ ରଖିଛନ୍ତି କୁମ୍ଭକାର । ମାଟିରେ ବିଭିନ୍ନ ପ୍ରକାରର ଉପକରଣ ପ୍ରସ୍ତୁତ କରୁଥିବା ଏହି ମାଟିର ମଣିଷଙ୍କ ଉନ୍ନତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe