ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ)କୁ ଭାରତ ଅନୁମତି ଦେଇଛି । ଏକ ପ୍ରତିରକ୍ଷା ପ୍ରକଳ୍ପରେ ସ୍ୱିଡେନ କମ୍ପାନୀ ‘ସାବ’ ଭାରତର ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇ ହାସଲ କରିଛି । ହରିୟାଣାରେ ଏକ କାରଖାନା ପ୍ରତିଷ୍ଠା ପାଇଁ ଏହି ଅନୁମୋଦନ ଦିଆଯାଇଛି । ଏହି କାରଖାନାରେ ଆଣ୍ଟି ଆର୍ମର , ଆଣ୍ଟି ଟ୍ୟାଙ୍କ, ବଙ୍କର୍ ଏବଂ କାର୍ଲ-ଗୁସ୍ତାଫ୍ M4 ରକେଟ୍ ଲଞ୍ଚର୍  ପ୍ରସ୍ତୁତ କରାଯିବ ।  ଭାରତୀୟ ସେନା ପୂର୍ବରୁ କାନ୍ଧରୁ ନିକ୍ଷେପ କରାଯାଉଥିବା ରକେଟ୍ ବ୍ୟବହାର କରୁଛି। ୟୁକ୍ରେନ-ରୁଷ ଯୁଦ୍ଧରେ ଏହି ରକେଟ୍ ଲଞ୍ଚର୍ ଗୁଡିକ ବହୁଳ ଭାବରେ ବ୍ୟବହୃତ ହେଉଛି ।

Advertisment

ପ୍ରତିରକ୍ଷା ଶିଳ୍ପରେ ଭାରତ ଏପର୍ଯ୍ୟନ୍ତ ୭୪ ପ୍ରତିଶତ ଏଫଡିଆଇକୁ ଅନୁମତି ଦେଇଛି। ଯଦିଓ ୨୦୧୫ ରେ FDI ଅନୁମୋଦନ ପାଇଁ ନିୟମକୁ ଟିକେ କୋହଳ କରାଯାଇଥିଲା ।  କିନ୍ତୁ ଏପର୍ଯ୍ୟନ୍ତ କୌଣସି ବିଦେଶୀ କମ୍ପାନୀ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ FDI ଅନୁମତି ପାଇ ନଥିଲେ ।  ସ୍ୱିଡେନ କମ୍ପାନୀ ସାବ ପ୍ରଥମ ଥର ପାଇଁ ଏକ ପ୍ରତିରକ୍ଷା ପ୍ରକଳ୍ପରେ ଭାରତର ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇ ହାସଲ କରିଛି । ସୂତ୍ରରୁ ପ୍ରକାଶ ଯେ ଗତ ମାସରେ ୫୦୦ କୋଟିରୁ କମ୍ ମୂଲ୍ୟର ଏହି ଏଫଡିଆଇ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ସ୍ୱିଡେନର ‘ସାବ’କୁ  ଏକ ନୂତନ କାରଖାନା ସ୍ଥାପନ ପାଇଁ ଅନୁମତି ଦିଆଯାଇଛି । ଯେଉଁଠାରୁ  କାର୍ଲ-ଗୁସ୍ତାଫ ରକେଟ୍ ଉତ୍ପାଦନ ହେବ ।

ହରିୟାଣାରେ ଏକ କାରଖାନା ସ୍ଥାପନ ପାଇଁ ଭାରତରେ ଏକ ନୂତନ କମ୍ପାନୀ ‘ସାବ FFB ଇଣ୍ଡିଆ’ ପଞ୍ଜିକୃତ ହୋଇଛି । ଏହି କମ୍ପାନୀ ପରବର୍ତ୍ତୀ ପିଢିର କାର୍ଲ-ଗୁସ୍ତାଫ୍ M4 ଲଞ୍ଚର୍ ସିଷ୍ଟମର ନିର୍ମାଣ କରିବ । କାରଖାନାରେ କାର୍ଲ-ଗୁସ୍ତାଫ ସିଷ୍ଟମର ସାଇଟିଙ୍ଗ ଟେକ୍ନୋଲୋଜି ଏବଂ କାର୍ବନ ଫାଇବର ୱାଇଣ୍ଡିଙ୍ଗ ସହିତ ଉନ୍ନତ ଜ୍ଞାନକୌଶଳ ଅନ୍ତର୍ଭୂକ୍ତ ହେବ । କାନ୍ଧରୁ ନିକ୍ଷେପ କରାଯାଉଥିବା ରକେଟ୍ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ବ୍ୟବହୃତ ହୋଇଆସୁଛି । ସ୍ଥାନୀୟ ସ୍ତରରେ ଉତ୍ପାଦନ ଆରମ୍ଭ ହେବା ପରେ ଏହା ରପ୍ତାନି ମଧ୍ୟ  ହୋଇପାରିବ । ଏହା ବ୍ୟତୀତ କାରଖାନାରେ ଆଣ୍ଟି ଟ୍ୟାଙ୍କ, ବଙ୍କର୍ ଏବଂ ବିଭିନ୍ନ ପ୍ରକାରର ରକେଟ୍ ଲଞ୍ଚର୍ ଉତ୍ପାଦନ କରାଯିବ ।

ସାବ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମ୍ୟାଟ୍ସ ପାମବର୍ଗ କହିଛନ୍ତି, “ଭାରତରେ ଏକ ନୂତନ କାରଖାନା ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ଠାରୁ ୧୦୦% FDI ଅନୁମୋଦନ ପାଇଥିବା ପ୍ରଥମ ବିଶ୍ୱ ପ୍ରତିରକ୍ଷା କମ୍ପାନୀ ହୋଇଥିବାରୁ ଆମେ ଗର୍ବିତ । ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ଭାରତୀୟ ଅଂଶୀଦାରମାନଙ୍କ ସହିତ ଭାରତରେ କାର୍ଲ-ଗୁସ୍ତାଫ୍ M4 ରକେଟ୍ ଲଞ୍ଚର ଉତ୍ପାଦନ ସହିତ ଆମେ ଭାରତୀୟ ସଶସ୍ତ୍ର ବାହିନୀକୁ ସମର୍ଥନ କରିବାକୁ ଆଗ୍ରହୀ । ସ୍ବିଡେନ ବାହାରେ ଏହା ଆମର ପ୍ରଥମ କାରଖାନା ହେବ ଯେଉଁଥିରେ ଆସନ୍ତା ବର୍ଷ ରକେଟ୍ ଲଞ୍ଚର ଉତ୍ପାଦନ ଆରମ୍ଭ ହେବ ।  କାନ୍ଧରୁ ନିକ୍ଷେପ କରାଯାଉଥିବା ଅସ୍ତ୍ର ପ୍ରଣାଳୀ ଆମେରିକୀୟ, ୟୁରୋପୀୟ ଏବଂ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ବ୍ୟବହୃତ ହୁଏ ଏବଂ ଶକ୍ତିଶାଳୀ ଶତ୍ରୁ ସ୍ଥିତିକୁ ନଷ୍ଟ କରିବାରେ ବ୍ୟବହୃତ ହୁଏ । "