କନକ ବ୍ୟୁରୋ: ତାଲା ବନ୍ଦ ଭିତରେ ଟୁଇନ ସିଟିରେ ଗଡିବ ଓଲା ଗାଡି । ଜରୁରୀକାଳୀନ ସେବା ପାଇଁ ୧୦୦ ଗାଡିକୁ ଅନୁମତି ଦେଇଛି କମିଶନରେଟ ପୁଲିସ । ଓଲା କେବେଠୁ ଚାଲିବ ତାହାର ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ମିଳିଛି ।
ତେବେ କେବଳ ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାକୁ ଏହି କ୍ୟାବ୍ ଚଳାଚଳ କରିବ ଏବଂ ଏକ ନିର୍ଦିଷ୍ଟ ରାସ୍ତାରେ ଚଳାଚଳ କରିବ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଏହାର ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/Ola-edited.jpg)
/kanak/media/post_attachments/wp-content/uploads/2020/04/ola-cars.jpg)