ଫୁଲବାଣୀ ଡ଼ାଙ୍ଗୁଲୁୁ ଗାଁରେ ଛେଳି ମଡ଼କ । ସପ୍ତାହକ ମଧ୍ୟରେ ଅଜଣା ରୋଗରେ ଗଲାଣି ଶହେରୁ ଅଧିକ ଛେଳିଙ୍କ ଜୀବନ

ଫୁଲବାଣୀ ଡ଼ାଙ୍ଗୁଲୁୁ ଗାଁରେ ଛେଳି ମଡ଼କ । ସପ୍ତାହକ ମଧ୍ୟରେ ଅଜଣା ରୋଗରେ ଗଲାଣି ଶହେରୁ ଅଧିକ ଛେଳିଙ୍କ ଜୀବନ

କନକ ବ୍ୟୁରୋ: ଫୁଲବାଣୀ ବ୍ଲକ କେରେଡ଼ି ପଂଚାୟତର ଡ଼ାଙ୍ଗୁଲୁୁ ଗାଁରେ ଛେଳି ମଡ଼କ । ସପ୍ତାହକ ମଧ୍ୟରେ ଗଲାଣି ଶହେରୁ ଅଧିକ ଛେଳିଙ୍କ ଜୀବନ । ପ୍ରତେକ ଦିନ ଅଜଣା ରୋଗରେ ଛେଳି ମରୁଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗ ଏହାକୁ ଗୁରୁତର ସହ ନେଇନଥିବା ଅଭିଯୋଗ ହୋଇଛି । ଏତେ ସଂଖ୍ୟକ ଛେଳି କାହିଁକି ମରୁଛନ୍ତି ତାହାର କାରଣ ଜଣାପଡ଼ୁନଥିବା ବେଳେ ମେଡ଼ିସିନ୍ ମଧ୍ୟ କାମ କରୁନି ।

publive-image

ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଛେଳି ଚାଷୀ । ଗାଁରେ ଡ଼ାକ୍ତରୀ ଟିମ ପହଂଚିନାହିଁ । ଚାଷୀଙ୍କୁ ସରକାରୀ ସହାୟତା ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ପ୍ରାଣୀ ଚିକିତ୍ସକ ଏହାକୁ ଗୁରୁତର ଭାବେ ନନେଇ କେବଳ ଜଣେ ଏଲ.ଆଇ ଓ ଜଣେ ପଶୁ ଡ଼ାକ୍ତର ଯାଇ ଛେଳି ମାନଙ୍କୁ କିଛି ମେଡ଼ିସିନ୍ ଓ ଟିକା ଦେଇଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁସାରେ ଟୀକା ଦେଲାପରେ ଅଧିକ ଛେଳି ମରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe